ଜନସଂଖ୍ୟା ଦୃଷ୍ଟିରୁ ଅମୃତ ଯୋଜନା 2.0. ନିମନ୍ତେ ଆଲୋଚନା ଚକ୍ର !

add-all

କୋରାପୁଟ/କୋଟପା : ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟି ଦେଇ ଅମୃତ ଯୋଜନା 2.0. ନିମନ୍ତେ କ୍ଷେତ୍ର ଅଧିକାରୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆଲୋଚନା ଚକ୍ର ବୈଠକ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଆଲୋଚନା ଚକ୍ରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ,କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା,କୋରାପୁଟ ପୌର ପରିଷଦ ନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ,କୋରାପୁଟ ବିଡିଓ ଦେବାଶିଷ ଗୌଡ, କୋରାପୁଟ ତହସିଲଦାର ସୟଦ ସବିର ସାହା, ସେମିଳିଗୁଡା ତହସିଲଦାର ଦେବବ୍ରତ କରାଟିଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ବୈଠକରେ ମୁଖ୍ୟତଃ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ଦିନ ପାଇଁ ରାସ୍ତା,ପାନୀୟ ଜଳ, ଡ୍ରେନେଜ୍ ,ସର୍ବସାଧାରଣ ବ୍ୟବହାର ନିମନ୍ତେ ଆବଶ୍ୟକ ବିଭିନ୍ନ ପ୍ରକଳ୍ପ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ଆଲୋଚନା ହୋଇଥିଲା।ସର୍ଭେ ପାଇଁ ଦାୟିତ୍ବ ନେଇଥିବା ଘରୋଇ କମ୍ପାନୀ ପ୍ରତିନିଧି ସୁଦର୍ଶନ ସାହୁ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.