
ଭୁବନେଶ୍ବର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆପଡ଼ା ବିଧାନସଭାର ଉପନିର୍ବାଚନରେ ବିଜୟୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ମୁଖ୍ୟମନ୍ତ୍ରୀ ଜୟଙ୍କୁ ସ୍ୱାଗତ କରିବା ସହ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଜୟ ନିଜ ମାଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବିଧାୟକ ଏବଂ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ ।
ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନୂଆପଡ଼ାରେ ନୂଆ ଇତିହାସ ସୃଷ୍ଟି ହୋଇଛି। ସେମାନେ ବିଜେପି ଉପରେ ବିଶ୍ବାସ ରଖିଛନ୍ତି। ନୂଆପଡାର ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ ।
ଏହି ପରିପ୍ରେକ୍ଷୀରେ ନୂଆପଡ଼ାର ପ୍ରତ୍ୟେକ ଜନସାଧାରଣଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବାସହ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । ଏହି ବିଶାଳ ବିଜୟ ପାଇଁ ଆମ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ ତଥା ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଗତ ୬ ମାସ ପୂର୍ବରୁ ନୂଆପଡ଼ା ଯାଇଥିଲି ନୂଆପଡ଼ାବାସୀ ଆମ ସରକାରଙ୍କ ପ୍ରତି ଯେଉଁ ଭଲ ପାଇବା ଦେଇଥିଲା ତାହା ଆଜି ପ୍ରମାଣିତ କରିଛି । ୨୪ ବର୍ଷ ଧରି ଅବହେଳାର ଶିକାର ହୋଇଥିଲା ନୂଆପଡ଼ା । ନୂଆପଡ଼ାବାସୀ ଆଶାବାନ୍ଧି ବସିଥିଲେ କି ସରକାର ପରିବର୍ତ୍ତନ ହୋଇଛି ଆମର ବିକାଶ ହେବ । ଏପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ବିଜେଡ଼ି ଦଳ ଜୟଙ୍କ ପରିବାର ପ୍ରତି କୃତଘ୍ନ ହୋଇପଡ଼ିଥିଲେ । ତେଣୁ ବେଇମାନି କାମ କିଏ କଲା ତାହା ଆଉ କହିବାକୁ ପଡ଼ିବନି । ସେ ଚାହିଁଲେ ବିଜେପିରେ ମିଶିଲେ, ବେଇମାନି କେବେ କଲେ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । ଲୋକମାନେ ତାଙ୍କୁ ଠିକ୍ ଜବାବ ଦେଇଛନ୍ତି । ମୁଁ ତାଙ୍କୁ ଦାୟିତ୍ୱ ଦେଉଛି ନୂଆପଡ଼ା ଜିଲ୍ଲାର ବିକାଶର ସାରଥୀ ହେବେ ।
ସୂଚନାଥାଉକି,ନୂଆପଡ଼ାର ନୂଆ ନେତା ଭାବେ ବାଜି ମାରିଛନ୍ତି ଜୟ ଢୋଲକିଆ। ୮୩, ୭୪୮ ଭୋଟରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କଠୁ ଜିତିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।