
ଭୁବନେଶ୍ବର: ଭେଣ୍ଟିଲେଟରରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର । ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଭୁବନେଶ୍ବର ଏମସରେ ଚାଲିଛି ଚିକିତ୍ସା । ଲିଭରରେ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଛି । ଆଗାମୀ ୭୨ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଯଦି ଅଧିକ ଗୁରୁତର ହୁଏ ତେବେ ଦିଲ୍ଲୀ ଏୟାରଲିଫ୍ଟ କରିବାକୁ ଯୋଜନା ରହିଥିବା କହିଛନ୍ତି ଡାକ୍ତର । ଗତ କିଛିଦିନ ଧରି ଅସୁସ୍ଥ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ହ୍ୟୁମାନ ସାଗର ।
ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମସ ଭୁବନେଶ୍ବରର ଜରୁରୀକାଳୀନ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ମସ୍ତିଷ୍କ, ଫୁସ୍ ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପକୁ ପ୍ରଭାବିତ କରୁଥିବା ଅତ୍ୟଧିକ ବହୁ-ଅଙ୍ଗ କାର୍ଯ୍ୟ କରୁନାହିଁ । ଉନ୍ନତ ଚିକିତ୍ସା ପାଇଁ ପରିବାର ଲୋକେ ବାହାର ରାଜ୍ୟକୁ ନେଇପାରନ୍ତି ବୋଲି ଏମସ ପକ୍ଷରୁ ସୂଚନା ଦିଆଯାଇଛି । ଚିକିତ୍ସାରେ ସହାୟତା କରିବାକୁ ନେହୁରା ହୋଇଛନ୍ତି ତାଙ୍କ ମାଆ । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଚିକିତ୍ସାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।