ବିଜେପି କୃଷକ ମୋର୍ଚ୍ଚାର ଖରିଫ ଧାନ ସଂଗ୍ରହ ଅଭିଯାନ କର୍ମଶାଳା

youtube

ମାଲକାନଗିରି : ଜିଲ୍ଲାରେ ଚଳିତ ଖରିଫ ଧାନ କିଣା କାରବାର ସ୍ଵଚ୍ଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଖରିଫ ଧାନ ସଂଗ୍ରହ ଅଭିଯାନ କର୍ମଶାଳା ଜିଲ୍ଲା ସଭାପତି ଶ୍ରୀ ବିଜୟ ବୌରାଗୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ର ଚାଷୀ ମାନଙ୍କୁ ସମୃଦ୍ଧ କରିବା ସହିତ ଆୟ କୁ ଦୁଇ ଗୁଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସରକାର ବ୍ୟାପକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି। ତାହାର ଲାଭ କିପରି ଭାବରେ ଚାଷୀ ମାନେ ପାଇବେ ସେଥିପ୍ରତି ସମସ୍ତ କାର୍ଯ୍ୟକର୍ତା କାମ କରିବା ପାଇଁ ଆହ୍ବାନ ଦେଇଥିଲେ। ଚଳିତ ଖରିଫ ଧାନ କିଣା କାରବାର କଟନି ଛଟନି କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ। ମାଲକାନଗିରି ଜିଲ୍ଲା ରେ ଖରିଫ ଧାନ ଗତ ବର୍ଷ ୩୮ ହଜାର ୮୦୮ ଜଣ ଚାଷୀ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ୪୮ ହଜାର ରୁ ଉର୍ଦ୍ଧ୍ବ ଚାଷୀ ଧାନ ବିକ୍ରି ପାଇଁ ପଞୀକରଣ କରିଛନ୍ତି। ଗତ ବର୍ଷ ତୁଳନାରେ ୧୦ ହଜାର ଅଧିକ ଚାଷୀ ଜିଲ୍ଲା ରେ ଧାନ ଚାଷ କରିବା ଏକ ଐତିହାସିକ ଲକ୍ଷଣ ଓ ଶୁଭ ସଂକେତ ବୋଲି ଶ୍ରୀ ମହେଶ୍ଵର ସାହୁ କହିଥିଲେ। ଓଡ଼ିଶା ର ୧୫ ଲକ୍ଷ ହେକ୍ଟର ଜମି ଜଳ ସେଚନ କରିବା ପାଇଁ ରାଜ୍ୟ ସରକାର ଙ୍କ ପଦକ୍ଷେପ କୁ ଶ୍ରୀ ସାହୁ ସ୍ଵାଗତ କରିଥିଲେ।
ଏହି କର୍ମଶାଳା ରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ବିପଦ ଭଂଜନ ଦାସ, ରାଜ୍ୟ ସଂପାଦକ ଶ୍ରୀ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ବାଳ ଓ ସୁମନ୍ତ କୁମାର ମହାରଣା, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ବିଜେପି ବରିଷ୍ଠ ନେତା ଶ୍ରୀ ନିମାଇଁ ଚନ୍ଦ୍ର ପାଲ, ନିହାର ରଞ୍ଜନ ରାୟ, ମାନିକଲାଲ ଚକ୍ରବର୍ତ୍ତୀ, ଦିଲୀପଦଣ୍ଡ ପାଠ ବାଲାଜୀ ପଡାଲ, ବାଲକୃଷ୍ଣ ପଟ୍ଟନାୟକ, ସୁବ୍ରତ ଗୌଡ଼, ଶ୍ରୀମତୀ ସୌଦାମିନୀ ଆଚାର୍ଯ୍ୟ, ମମତାମୟୀ ମହାନ୍ତି, ଲକ୍ଷ୍ମି ପ୍ରିୟା ବାରିକ, ଦ୍ରୌପଦୀ ପଟ୍ଟନାୟକ, ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ।

Leave A Reply

Your email address will not be published.