ଭତ୍ତା ପାଇଁ ବାପାର ଜୀବନ ନେଲା ପୁଅ

add-all

କବିସୂର୍ଯ୍ୟନଗର:ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଜନ୍ମକଲା ବାପାକୁ ହତ୍ୟା କଲା ପୁଅ। ମୃତକ ପଦ୍ମନାଭ ସାହୁ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମଝିଆ ପୁଅ ରମେଶ ଚନ୍ଦ୍ର ସାହୁ ବାପା ପଦ୍ମନାଭଙ୍କ ସହ ଭତ୍ତା ଟଙ୍କା ଏବଂ ଦ୍ଵିତୀୟ ବିବାହକୁ କେନ୍ଦ୍ର କରି ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା।

ପୁଅ ରମେଶ ଛୁରୀ ଭୁସି ଓ ପିଟିପିଟି ନିଜ ବାପାକୁ ହତ୍ୟା କରିଥିଲେ। ହତ୍ୟା ଘଟଣା ନେଇ ମୃତକଙ୍କ ବଡ଼ ପୁଅ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି । ଅନ୍ୟପଟେ ପୂର୍ବରୁ ବଡ଼ ଭାଇଙ୍କୁ ମଧ୍ୟ ମାଡ଼ମାରି ରମେଶ ଗୁରୁତର କରିଥିବା ଅଭିଯୋଗ ହୋଇଛି ।

ad-week
Leave A Reply

Your email address will not be published.