
ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ । ମାଲକାନଗିରି ସୀମାରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ଘଟଣାସ୍ଥଳରୁ ତିନିଟି ବନ୍ଧୁକ ସହ ବହୁ ବିସ୍ଫୋରକ ସାମଗ୍ରୀ ଜବତ । ଛତିଶଗଡ଼ ସୁକମା ଚିନ୍ତାଗୁଫା ଜଙ୍ଗଲରେ ଏକତ୍ରିତ ହୋଇ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲେ ମାଓବାଦୀ । ଏହି ତଥ୍ୟ ପାଇବା ପରେ DRG ଓ CRPF ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଗୁଳି ବିନିମୟ । ପରେ ନକ୍ସଲମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ଯବାନଙ୍କ ପକ୍ଷରୁ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା ସୁଚନା ଦେଇଛନ୍ତି ସୁକୁମା ଏସପି କିରଣ ଚୌହାନ ।