
ଭୁବନେଶ୍ବର: ପାରାଦୀପରେ କୋଷ୍ଟଗାର୍ଡ ପକ୍ଷରୁ ସମୁଦ୍ରରେ ବିମାନ ଦୁର୍ଘଟଣା ଉଦ୍ଧାର ଅଭ୍ୟାସ । ଅଭ୍ୟାସ ସମୟରେ ବିମାନ ଦୁର୍ଘଟଣାର ଉଦ୍ଧାର କୌଶଳ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ କୋଷ୍ଟଗାର୍ଡ ଆଇଜି ଇକବାଲ ସିଂହ ଚୌହ୍ବାନ କହିଛନ୍ତି, ପ୍ରତିବର୍ଷ ଏକ ଆଞ୍ଚଳିକ ଅନୁସନ୍ଧାନ ଓ ଉଦ୍ଧାର ଅଭ୍ୟାସ କରାଯାଉଛି । ଏହା ଆମର ମାନକ ପରିଚାଳନା ପ୍ରଣାଳୀ । ଅନ୍ୟ ଏଜେନ୍ସି ଗୁଡିକ ସହିତ ସମନ୍ବୟ ଯାଞ୍ଚ କରିବା ପାଇଁ କରାଯାଏ। ଗତକାଲିର ଅଭ୍ୟାସରେ ଉତ୍ତର-ପୂର୍ବର ପ୍ରାୟ ସମସ୍ତ ବଡ ଜାହାଜ ସାମିଲ ହୋଇଥିଲା । ଦୁଇଟି opvs, ୪ଟି opvs ଓ ଦୁଇଟି ଛୋଟ ଜାହାଜ ସାମିଲ ହୋଇଥିଲେ । ଏହାସହ ଲାଇଫ୍ ରାଫ୍ଟ ଖସାଇବା ପାଇଁ ବାୟୁସେନାର ବିମାନ ମଧ୍ୟ ସାମିଲ ହୋଇଥିଲା । ସମୁଦ୍ରରେ କୌଣସି ବିମାନ ଦୁର୍ଘଟଣା ଘଟିଲେ ତାର କିପରି ସ୍ଥାନାନ୍ତରଣ କରାଯିବ ସେନେଇ ଅଭ୍ୟାସ କରାଯାଇଥିଲା ।