ଦନ୍ତା ଲଢେଇ ଫଟୋ ନେଲା ବେଳେ ଦଳିଦେଲା, ଜଣେ ମୃତ

youtube

ରାଉରକେଲା : ଦନ୍ତା ଲଢେଇ ଫଟୋ ନେଲାବେଳେ ଦଳିଦେଲା ଦନ୍ତା ।  ରାଉରକେଲା ଲାଠିକଟା ବ୍ଲକର ଏରଗଡାର ପାହାଡ଼ ତଳି ଗାଁରେ ଘଟିଛି ଅଘଟଣ । ଦୁଇ ଦନ୍ତା ହାତୀ ଲଢେଇର ଫଟୋ ଉଠାଉଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।  ମୃତ ବ୍ୟକ୍ତି ମାଙ୍ଗରା କୁଜୁର ।  ରାମଯୋଡି , ଅସୁରଛାପଲ,ଅଟାଘାଟ ଜଙ୍ଗଲରେ ୩୫ଟିକିଆ ହାତୀ ପଲରୁ ବାହାରି ଆସି ଦୁଇ ଦନ୍ତା ଏରଗଡା ଗାଁ ମୁଣ୍ଡରେ ଥିବା ଜଙ୍ଗଲରେ ମୁହାଁମୁହିଁ ହୋଇଥିଲେ ।

ହାତୀ ପଲଙ୍କୁ ଟ୍ରାକ କରୁଥିବା ବନବିଭାଗ କର୍ମଚାରୀମାନେ ଡ଼ାକବାଜି ଯନ୍ତ୍ର ଯୋଗେ ଗାଁ ଲୋକମାନଙ୍କୁ ହାତୀ ଠାରୁ ଦୂରରେ ରହିବା ପାଇଁ ପରାମର୍ଶ ଦେଇଥିଲେ ।  କିନ୍ତୁ ଗାଁ ଲୋକେ ଫଟୋ ଉଠାଇବା ପାଇଁ ହାତୀଙ୍କ ନିକଟକୁ ଚାଲିଆସୁଥିଲେ ।  ଦୁଇ ଉତ୍ତ୍ୟକ୍ତ ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀ ହଠାତ୍ ମାଡ଼ି ଆସି ମାଙ୍ଗରା କୁଜୁରଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରେ ଗୁରୁତର ମାଙ୍ଗ୍ରା କୁଜୁରକୁ ଡାକ୍ତରଖାନାରେ ମୃତ ଘୋଷଣା କରିଥିଲେ ଡାକ୍ତର ।  ତେବେ ସନ୍ଧ୍ୟାରେ ହାତୀ ଦୁଇଟିଙ୍କୁ ନିକଟସ୍ଥ ଜଙ୍ଗଲକୁ ଘଉଡ଼ାଇବାକୁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ବିଶ୍ରା ରେଞ୍ଜ ଅଫିସର ।

Leave A Reply

Your email address will not be published.