ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼ ମାରି ଦୋକାନ ଭାଙ୍ଗିଲେ ଟଙ୍କା ଲୁଟିନେଲେ

youtube

ବାରଙ୍ଗ: ଚାନ୍ଦା ପାଇଁ ଦିବ୍ୟାଙ୍ଗଙ୍କୁ ମାଡ଼ । ଦୋକାନ ଭଙ୍ଗାରୁଜା ସହ ଟଙ୍କା ଲୁଟିନେଇଥିବା ଅଭିଯୋଗ । ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଷଣ୍ଢପୁର ଢାବା ଛକ ନିକଟରେ ଲୁଟ୍ ହୋଇଛି । ରତାଗଡା ଗାଁର ନିରଞ୍ଜନ ନାୟକ ଷଣ୍ଢପୁର ଛକରେ ଦୋକାନ କରିଛନ୍ତି । ଗତକାଲି ରାତିରେ କାର୍ତ୍ତିକେଶ୍ବର ଭସାଣୀ ଚାଲିଥିବାବେଳେ ୨୦ରୁ ୨୫ ଜଣ ଯୁବକ ଦୋକାନକୁ ଆସିଥିଲେ । ପରେ ଯୁବକମାନେ ଚାନ୍ଦା ମାଗିବାରୁ ମନା କରିଥିଲେ ନିରଞ୍ଜନ । ପରବର୍ତ୍ତୀ ସମୟରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦୋକାନ ଭଙ୍ଗାରୁଜା କରିଥିଲା । ୧୦ ହଜାର ଟଙ୍କା ଲୁଟିନେଇଥିଲେ ଲୁଟେରା । ଏନେଇ ନିରଞ୍ଜନ ଗୋଡିସାହି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.