ସଡ଼କ ସୁରକ୍ଷା ପକ୍ଷ ଆରମ୍ଭ : ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

add-all

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜିଠୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଶୂନ୍ୟ ମୃତ୍ୟୁ ପକ୍ଷ ପାଳନ କରାଯାଉଛି । ଏହି ଅଭିଯାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବାକୁ ଲକ୍ଷ୍ୟ ରଖି ଆୟୋଜନ କରାଯାଇଛି । ୧୫ ଦିନ ଧରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ଚଢ଼ଉ, ସଡ଼କ ସୁରକ୍ଷା ଆଦି କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଛି।
ପରିବହନ ବିଭାଗ ସହିତ ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ପଞ୍ଚାୟତିରାଜ, ଶିକ୍ଷା, ନଗର ଉନ୍ନୟନ ଆଦି ବିଭାଗ ସହିତ ଏନ୍‌ଏଚ୍‌ଏଆଇ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଆଭାସି ମାଧ୍ୟମରେ ସଡ଼କ ସୁରକ୍ଷା ଶପଥ ଗ୍ରହଣ କରିବେ। ଡିସେମ୍ବରରୁ ପ୍ରାୟ ମାର୍ଚ୍ଚ ପର୍ଯ୍ୟନ୍ତ ପର୍ଯ୍ୟଟନ ତଥା ପିକନିକ୍ ଋତୁ ପରିପ୍ରେକ୍ଷୀରେ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ହୋଇଛି।

ad-week
Leave A Reply

Your email address will not be published.