ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ପ୍ରେସ ଦିବସ ପାଳିତ

add-all

ବ୍ରହ୍ମପୁର : ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ଖମ୍ବେଶ୍ବରୀ କଲ୍ୟାଣୀ ମଣ୍ଡପ ଠାରେ ବରିଷ୍ଠ ସାମ୍ବାଦିକ ଖିରୋଦ ଚନ୍ଦ୍ର ବେହେରା ଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି। ଏହି ଅବସରରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଆସିକା ତହସିଲଦାର ସୁଶ୍ରୀ ସଂଗୀତା ସେଣ ସମ୍ମାନିତ ଅତିଥିଭାବେ ବ୍ରହ୍ମପୁର ୟୁନିଭେର୍ସିଟି ଅବସରପ୍ରାପ୍ତ ଲିଙ୍ଗୋଷ୍ଟିକ୍ସ ପ୍ରଫେସର ଅଜୟ କୁମାର ପଣ୍ଡା, ବରିଷ୍ଠ ସମାଜସେବୀ ମନୋରଞ୍ଜନ ପଣ୍ଡା, ବରିଷ୍ଠ ଆଇନଜୀବି ଦିଲ୍ଲୀପ କୁମାର ପାଣିଗ୍ରାହୀ, ମାନବସେବା ସମିତି ସଭାପତି ଗଣେଷ ରଥ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ଭଟ୍ଟ, ଗଙ୍ଗାଧର ଶତପଥୀ ପ୍ରମୁଖ ଯୋଗଦେଇଥିଲେ। ସଭା କାର୍ଯ୍ୟ ଆରମ୍ଭରେ ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରିଥିଲା ବେଳେ ସଙ୍ଘ ପକ୍ଷରୁ ଉପସ୍ଥିତ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଉପଢୌକନ ପ୍ରଦାନ କରାଯାଇଥିଲା। ଆଜିର ସମାଜରେ ଗଣମାଧ୍ୟମର ଆବଶ୍ୟକତା ଓ କାର୍ଯ୍ୟ ଶୈଳୀ ଉପରେ ଉପସ୍ଥିତ ଅତିଥି ମାନେ ନିଜ ମନ୍ତବ୍ୟ ଦେବା ସହିତ କିପରି ନିଜ ଜୀବନକୁ ବାଜିଲାଗାଇ ଜନସାଧାରଣ ଙ୍କ ନିକଟରେ ଦେଶ ବିଦେଶର ଟିକ ନୀଖ ଖବର ପହଞ୍ଚାଇଥାନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ।

ଆଜିର ଏହି ବୈଠକରେ ଆସିକା ପାଇଁ ରେଳ ପଥ, ଉନ୍ନତମାନର ମେଡିକାଲ, ଏସିଆ ମହାଦେଶର ସର୍ବପୁରାତନ ଚିନିକଳଓ ସୂତାକଳ ର ପୁନରୁଦ୍ଧାର ଉପରେ ଏକ ଦାବିପତ୍ର ଆସିକା ଜୋର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ପ୍ରଦାନ କରିଥିଲେ। ଏହି ସଭାରେ ଆସିକା ପତଞ୍ଜଳି ଯୋଗଶିବିର, ମାଆ କରଞ୍ଜେଇ ଠେଲାଗାଡି,ମାନବସେବା ସମିତି, ଆଇନଜୀବି ସଙ୍ଘର ବହୁ କର୍ମକର୍ତା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ।ଏହି ସଭାକୁ ବରିଷ୍ଠ ଆଇନଜୀବି ଅନିଲ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲା ବେଳେ ସାମ୍ବାଦିକ ପୀତବାସ ଦାସ,ବାଲ୍ମୀକି ବିଷୋୟୀ,ଶିବ ରାମ ସିୟ, ପ୍ରଶାନ୍ତ କୁମାର ମୁନି,ଶକ୍ତିପ୍ରସାଦ କର, ରାମକୃଷ୍ଣ ଡାକୁଆ,ଅକ୍ଷୟ ଜେନା, ଜ୍ୟାତିରାଜ ପାଣିଗ୍ରାହୀ, ଭଗବାନ ପାଢ଼ୀ, କୃପାସିନ୍ଧୁ ସ୍ୱାଇଁ, ପ୍ରତାପ ମହାନ୍ତି, ଅଜିତ ଦାସ,କାଳୁ ଚରଣ ମହାପାତ୍ର, ହୃଦାନନ୍ଦ ଜେନା,ଅଖିଳ ପଟ୍ଟନାୟକ,ରବୀନ୍ଦ୍ର ନାଥ ପ୍ରଧାନ, ରଞ୍ଜନ କୁମାର ରାଉତ ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.