ପୁଲିସ ଏଏସ୍‌ଆଇ କେଳେଙ୍କାରୀ : ସୋମବାର ବ୍ରହ୍ମପୁର ଯିବ ସିବିଆଇ

add-all

ବ୍ରହ୍ମପୁର : ପୁଲିସ ଏସ୍ଆଇ କେ କଳେଙ୍କାରୀ ମାମଲାରେ ତଦନ୍ତକୁ ସିବିଆଇ ଟିମ୍ ଆଗେଇଛି। ଆସନ୍ତା ସୋମବାର ତଦନ୍ତକାରୀ ଦଳ ବ୍ରହ୍ମପୁର ଯିବେ। ପୂର୍ବରୁ ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ। ଦୁର୍ନୀତିରେ ସମ୍ପୃକ୍ତ ଦଲାଲମାନଙ୍କ ରିମାଣ୍ଡ ପାଇଁ ଅଦାଲତରେ ଆବେଦନ କରିବେ। ସିବିଆଇ ତଦନ୍ତକାରୀ ଦଳ ଶନିବାର ଦିନତମାମ ମାମଲା ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ କରିଥିଲେ। ଆଗାମୀ ଦିନରେ କେଉଁମାନଙ୍କୁ ଜେରା ପାଇଁ ଡକଯିବ, ଏକ ତାଲିକା ପ୍ରସ୍ତୁତ କରିଥିଲେ। ୭ଜଣ ଦଲାଲଙ୍କୁ ଜେରା କରିବାକୁ ସିବିଆଇ ପୂର୍ବରୁ ଯୋଜନା ରଖିଥିଲା। ଏବେ ମାମଲାରେ ମୂଳରୁ ତଦନ୍ତ ଆରମ୍ଭ କରିବାକୁ ନିଷ୍ପଭି ନେଇଛି। କିଛି ଗିରଫ ଆଶାୟୀମାନଙ୍କୁ ମଧ୍ୟ ପଚରାଉଚରା ପାଇଁ ମନ ବଳାଇଛି। କାହିଁକି ନା, ଆଶାୟୀମାନେ ସିଧାସଳଖ କାହାକୁ ଲାଞ୍ଚ ଟଙ୍କା ଦେଇଥିଲେ ? କେଉଁ ଦଲାଲ ସହ ସେମାନେ ଡିଲ୍ କରିଥିଲେ ? ଏସବୁର ସ୍ପଷ୍ଟ ତଥ୍ୟ ଆଶାୟୀମାନେ ହିଁ ଦେଇପାରିବେ। ତେଣୁ ଆଗାମୀ ଦିନରେ ୧୨ଜଣ ଆଶାୟୀଙ୍କୁ ଜେରା ପାଇଁ ଡକାଯିବ ବୋଲି ସୂଚନା ମିଳିଛି। ସୋମବାର ଦିନ ସିବିଆଇ ଦଳ ବ୍ରହ୍ମପୁର ଯିବା ପରେ ସେଠାରେ ମାମଲାରେ ଅଭିଯୋଗକାରୀ ଥିବା ଡିଏସ୍‌ପିଙ୍କ ସହ ଆଲୋଚନ କରିବେ। ଆଶାୟୀମାନେ ଯାଉଥିବା ବସ୍‌କୁ ପିଛା କରି ଆନ୍ଧ୍ରପ୍ରଦେଶ ଯାଇଥିବା ପୁଲିସ ଅଧିକାରୀମାନଙ୍କୁ ନଙ୍କୁ ମଧ୍ୟ ପଚରାଉଚରା କରିପାରେ। ଏହାପରେ ସିଲିକନ ଟେକଲ୍ୟାବ କଲ୍ୟାବ ସଂସ୍ଥାର ସିଇଓ ସୁରେଶ ନାୟକ ଓ ପଞ୍ଚସଫ୍ଟ ଟକ୍ନୋଲୋଜି/ ଫ୍ରଣ୍ଟଟେକର ନିର୍ଦ୍ଦେଶକ ତଥା ମାଷ୍ଟରମାଇଣ୍ଡ ଶଙ୍କର ଓ ଅନ୍ୟତମ କାର୍ପଟଦାର ମୁନା ସହ ମୋଟ ୭ଜଣଙ୍କୁ ରିମାଣ୍ଡ ଆଣିବାକୁ ସିବିଆଇ ଅଦାଲତରେ ଆବେଦନ କରିବ।

ad-week
Leave A Reply

Your email address will not be published.