ଦିଲ୍ଲୀ ବିସ୍ଫୋରଣ ମାମଲା: ଆଇ-୨୦ କାର ମାଲିକ ଗିରଫ କଲା ଏନଆଇଏ

add-all

ନୂଆଦିଲ୍ଲୀ: ଦିଲ୍ଲୀ ଲାଲ୍‌ କିଲ୍ଲା ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆତଙ୍କବାଦୀଙ୍କ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେହି ବ୍ୟକ୍ତି ଜଣକ ହେଉଛି ଆକ୍ରମଣରେ ବ୍ୟବହୃତ ଆଇ-୨୦ କାର ମାଲିକ ଆମିର ରଶିଦ ଅଲ୍ଲୀ। ବିସ୍ଫୋରଣରେ ବ୍ୟବହୃତ କାରଟି ଆମିର ନାଁରେ ପଞ୍ଜୀକୃତ ହୋଇଥିଲା। ଏନଆଇଏ ତା’କୁ ଦିଲ୍ଲୀରୁ ଗିରଫ କରିଛି।

ବିସ୍ଫୋରଣର ତଦନ୍ତ ପୂର୍ବରୁ ଦିଲ୍ଲୀ ପୁଲିସ କରୁଥିଲା। କିନ୍ତୁ ପରେ ଏହି ମାମଲା ଏନଆଇଏକୁ ଦିଆଯାଇଥିଲା। ତଦନ୍ତରୁ ଜଣାପଡ଼ିଚି ଯେ, ଆମିର ଜାମ୍ମୁ-କାଶ୍ମୀରର ସାମ୍ବୁରା ନିବାସୀ। ସେ ପୁଲଓ୍ବାମାର ଉମର ଉନ ନବୀ ସହିତ ମିଶି ଏହି ଆକ୍ରମଣ ଯୋଜନା କରିଥିଲା। ଏନଆଇଏ ଫୋରେନସିକ ତଦନ୍ତରୁ ବିସ୍ଫୋରଣ ସମୟରେ କାର ଭିତରେ ଥିବା ଡ୍ରାଇଭରକୁ ଚିହ୍ନଟ କରିଥିଲା। ସେହି ଡ୍ରାଇଭର ହେଉଛି ଉମର ଉନ ନବୀ। ଉମର ପୁଲଓ୍ବାମାରେ ରହୁଥିଲା। ସେ ହରିୟାଣାର ଫରୀଦାବାଦସ୍ଥିତ ଅଲ-ଫଲାହ ବିଶ୍ଵବିଦ୍ୟାଳୟରେ ଜେନେରାଲ ମେଡିସିନ ବିଭାଗରେ ସହକାରୀ ପ୍ରଫେସର ଥିଲା।

ad-week
Leave A Reply

Your email address will not be published.