ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଅଭିନେତାଙ୍କୁ ବୋମା ଧମକ

youtube

ଚେନ୍ନାଇ: ତାମିଲନାଡୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ରବିବାର ରାତିରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଅଭିନେତା ଅଜିତ କୁମାର, ଅରବିନ୍ଦ ସ୍ୱାମୀ ଏବଂ ଖୁସବୁଙ୍କ ଘରକୁ ବୋମା ଧମକ ଦିଆଯାଇଛି । ଏହି ଘଟଣା ଜଣାପଡ଼ିବା ମାତ୍ରେ ଆତଙ୍କ ଖେଳିଯାଇଛି ଏବଂ ପୋଲିସ ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏବଂ ଅଭିନେତା ଅଜିତ କୁମାର, ଅରବିନ୍ଦ ସ୍ୱାମୀ ଏବଂ ଖୁସବୁଙ୍କ ବାସଭବନକୁ ବୋମାରେ ଉଡାଇଦେବାକୁ ଧମକପୂର୍ଣ୍ଣ ଏକ ଇମେଲ୍ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା । ପୋଲିସ ତୁରନ୍ତ ଚାରୋଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ସହ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି ।

Leave A Reply

Your email address will not be published.