ଗଣହତ୍ୟା ମାମଲାରେ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

youtube

ନୂଆଦିଲ୍ଲୀ: ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ICT ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ଗତବର୍ଷ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଜୋରଦାର ଛାତ୍ର ଆନ୍ଦୋଳନ ହୋଇଥିଲା । ଏଥିରେ୧୪ ଶହ ଜଣଙ୍କ ମୃତ୍ୟୁ ହୋଇଥିଲା । ହସିନାଙ୍କ ବିରୋଧରେ ହତ୍ୟା, ନିର୍ଯାତନା, ଷଡଯନ୍ତ୍ର ଓ ମାନବତା ବିରୋଧରେ ଅପରାଧ ରୋକିବାରେ ବିଫଳ ନେଇ ୫ଟି ମୁଖ୍ୟ ଅଭିଯୋଗ ରହିଛି  । ହାସିନା ବାଂଲାଦେଶ ଛାଡି ଏବେ ଭାରତରେ ଆଶ୍ରୟ ନେଇଛନ୍ତି ।

Leave A Reply

Your email address will not be published.