
ମାଲକାନଗିରି : ମାଲକାନଗିରି ସୀମାନ୍ତ ଆନ୍ଧ୍ର ପୋଲିସକୁ ବଡ଼ ସଫଳତା ଆନ୍ଧ୍ର ଛତିଶଗଡ଼ ସୀମାରେ ଏନକାଉଣ୍ଟରରେ ମାଓ ନେତା ହିଡମା ସମେତ ଛଅ ଜଣ ନିହତ । ଆନ୍ଧ୍ରପ୍ରଦେଶ ପୋଲିସ ଆଲୁରି ଜିଲ୍ଲାର ମାରେଡୁମିଲ୍ଲୀ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ରହିଥିବା ଖବର ପାଇବା ପରେ ସେଠାରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଛଅ ଜଣ ମାଓବାଦୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶା ସୀମାରେ ମାଓବାଦୀଙ୍କ ଗତିବିଧି ବିଷୟରେ ବିଗତ ୬ମାସ ଧରି ସୂଚନା ରହିଥିଲା। ଏହା ପରେ, ସ୍ଥାନୀୟ ପୋଲିସ ସହିତ ମାରେଡୁମିଲ୍ଲୀ ଜଙ୍ଗଲ ଅଞ୍ଚଳରେ ଏକ କମ୍ବିଂ ଅପରେସନ କରାଯାଇଥିଲା। ଉଭୟ ପକ୍ଷ ପରସ୍ପର ସହ ସାନ୍ନା ସାଂମ୍ନୀ ହେବା ପରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବାହିନୀଙ୍କ ଗୁଳିରେ ଛଅ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ରହିଥିବା ବେଲେ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ଏହି ଅଞ୍ଚଳରେ କମ୍ବିଂ ଅପରେସନ ଏବେ ବି ଜାରି ରହିଛି। ମୃତକଙ୍କ ମଧ୍ୟରେ ମାଓ ନେତା ହିଡମା ଏବଂ ତାଙ୍କ ପତ୍ନୀ ହେମା ଅଛନ୍ତି। ଆଉ ଜଣେ ବରିଷ୍ଠ ନେତା ଆଜାଦଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।_ ଆନ୍ଧ୍ର ପ୍ରଦେଶ ଡିଜିପି ହରିଶ କୁମାର ଗୁପ୍ତା କହିଛନ୍ତି ଯେ ମଙ୍ଗଳବାର ସକାଳ ୬ଟାରୁ ୭ଟା ମଧ୍ୟରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ ଏହି ଏନକାଉଣ୍ଟରରେ ଶୀର୍ଷ ମାଓ ନେତା ହିଡମା ସମେତ ଛଅ ଜଣ ମାଓବାଦୀ ନିହତ ହୋଇଛନ୍ତି। ହିଡମା ଉପରେ ୧ କୋଟି ଟଙ୍କାରୁ ଅଧିକ ପୁରସ୍କାର ଅଛି, ଯେତେବେଳେ ତାଙ୍କ ପତ୍ନୀ ହେମାଙ୍କ ଉପରେ ୫୦ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଅଛି। ହିଡମା ଓରଫ ସନ୍ତୋଷ..
_ହିଡମା ଛତିଶଗଡ଼ର ସୁକମା ଜିଲ୍ଲାର ପୁନାର୍ଥି ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମାଦଭି ହିଡମା ଓରଫ ସନ୍ତୋଷ। ସେ ୨୫ ବର୍ଷ ପୂର୍ବେ ଆତ୍ମଗୋପନ କରିଥିଲେ। ସେ ବସ୍ତର ଏବଂ ଦାନ୍ତେୱାଡା ଅଞ୍ଚଳ ବାହିନୀର ଜଣେ ପ୍ରମୁଖ ସଦସ୍ୟ ହୋଇଥିଲେ। ସେ ଯୁବ ବୟସରେ ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ହୋଇଥିଲେ। ଗରିଲା ଆକ୍ରମଣର ରଣନୀତିକାର ଭାବରେ ଜଣାଶୁଣା, ହିଡମା ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA)ର ପ୍ଲାଟୁନ-୧ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ମଧ୍ୟ କରାଯାଇଥିଲା। ସେ ମାଲ୍ଲା ଏବଂ ନିଶାଦ ସମ୍ପ୍ରଦାୟର ଶହ ଶହ ଲୋକଙ୍କୁ ମାଓବାଦୀ ଦଳରେ ନିଯୁକ୍ତି ଦେଇଥିଲେ। ସେମାନଙ୍କୁ ସଶସ୍ତ୍ର ତାଲିମ ଦିଆଯାଇଥିଲା ଏବଂ PLGAରେ ସାମିଲ କରାଯାଇଥିଲା, ଯାହା ସେମାନଙ୍କୁ ଏକ ଅଭେଦ୍ୟ ସେନା କରିଥିଲା। ପୋଲିସ ସୂତ୍ର ଅନୁଯାୟୀ, ପୂର୍ବରୁ ହିଡମାଙ୍କ ନେତୃତ୍ୱରେ ସୁରକ୍ଷା ବାହିନୀ ଉପରେ ଅନେକ ଆକ୍ରମଣ କରାଯାଇଥିଲା। ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ହିଡମା ଅନେକ ଥର ପୋଲିସଠାରୁ ଖସି ପଳାଇଛି। ଶୀର୍ଷ ନେତା ସୋନୁ ଏବଂ ଆଶାନା ଏବଂ ଶହ ଶହ ମାଓବାଦୀଙ୍କ ଆତ୍ମସମର୍ପଣ ପରେ, ହିଡମାଙ୍କ ଆତ୍ମସମର୍ପଣକୁ ନେଇ ଏକ ବଡ଼ ବିତର୍କ ଚାଲିଛି। ସ୍ୱାସ୍ଥ୍ୟଗତ କାରଣରୁ ସେ ଆତ୍ମସମର୍ପଣ କରିବେ ବୋଲି ମଧ୍ୟ ରିପୋର୍ଟ ଆସିଥିଲା। ତାଙ୍କ ଝିଅ କେଶା ଓରଫ ଜିନ୍ନି ଚଳିତ ବର୍ଷ ଫେବୃଆରୀରେ ୱାରାଙ୍ଗଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଆଜିର ଏହି ଏନକାଉଣ୍ଟ ସୁରକ୍ଷାବଳଙ୍କ ମନୋବଳ କୁ ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି ।