
ସମ୍ବଲପୁର : ୧୨୦ ଗ୍ରାମ ବ୍ରାଉନ ସୁଗର ଜବତ, ଜଣେ ଗିରଫ । ସମ୍ବଲପୁର ଟାଉନ ପୋଲିସ ଦ୍ୱାରା ବ୍ରାଉନ ସୁଗର ଜବତ ହୋଇଛି । ଦୁଇ ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ନୁମାଲ ଓ ମହମ୍ମଦ ସହେଲ l ଏହି ଘଟଣାରେ ୩ଜଣ ମହିଳାଙ୍କୁ ମଧ୍ୟ ଅଟକ ରଖାଯାଇଛି l ଭିଏସଏସ ମାର୍ଗ ଠାରେ ବ୍ରାଉନ ସୁଗର କାରବାର କରୁଥିବା ବେଳେ ପୋଲିସ ମାଡି ବସିଥିଲା । କୋଲକାତାରୁ ଏହି ବ୍ରାଉନସୁଗର ଅଣାଯାଇଥିଲା l ଏହି ବ୍ରାଉନ ସୁଗର କରବାରରେ ତିନି ଜଣ ମହିଳା ମଧ୍ୟ ସାମିଲ ରହିଛନ୍ତି l ଏହି ଦୁଇ ଯୁବକ ତିନି ଜଣ ମହିଳାଙ୍କ ପାଇଁ କୋଲକାତାରୁ ଏହି ବ୍ରାଉନ ସୁଗର ଆଣିଥିବା ଯୁବକ ମାନେ ମାନିଛନ୍ତି l ଏହି ମହିଳାମାନଙ୍କ ସମ୍ପୃକ୍ତିକୁ ନେଇ ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରଖିଛି l ଆଉ କେତେଥର ଏହି ମହିଳା ମାନେ କାହା କାହା ହାତରେ କୋଲକାତାରୁ କେତେଥର ବ୍ରାଉନ ସୁଗର ସମ୍ବଲପୁରକୁ ଆଣିଛନ୍ତି ସେନେଇ ପୋଲିସ ତଦନ୍ତ କରୁଛି l