ଗୁମ୍ମାଝରଣ ଜଳପ୍ରପାତରେ ଭାସିଗଲେ ୨ ଯୁବକ

youtube

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଗୁମ୍ମାଝରଣ ଜଳପ୍ରପାତରେ ଭାସିଯାଇ ୨ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ଜେ. ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ମହାପାତ୍ର। ଉଭୟଙ୍କ କୋରାପୁଟ ଜିଲା ଜୟପୁରରେ। ମଙ୍ଗଳବାର କିଛି ପର୍ଯ୍ୟଟକ ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ ସେଥି ମଧ୍ୟରୁ ୪ ଜଣ ଗାଧୋଇବାକୁ ଯାଇ ଭାସି ଯାଇଥିଲେ। ଦୁଇ ଜଣ ପହଁରି ପହଁରି ଫେରି ଆସିଥିବା ବେଳେ ଶ୍ରୀକାନ୍ତ ଏବଂ ଲିଙ୍ଗରାଜ ଭାସିଯାଇଥିଲେ। ଉଭୟଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.