କେ.ନୂଆଗାଁ ଥାନା ଇଲାକାରେ ଦିନକୁ ଦିନ ବଢ଼ୁଛି ଚୋରୀ

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ କେ.ନୂଆଗାଁ ଥାନା ଅଧିନସ୍ଥ ଧାନଘର ମନ୍ଦିରରେ ଚୋରୀ । ସୂଚନା ପ୍ରକାରେ ଗତ ବିଳମ୍ବିତ ରାତିରେ ଧାନଘର ଠାରୁ ମା ବାଳକୁମାରୀ ଯିବା ମୂଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଶ୍ରୀ ଗୋପେଶ୍ୱର ମହାଦେବ ଓ ଶ୍ରୀ ରାଧା ଗୋପୀନାଥ ମନ୍ଦିରରେ ଚୋର ମାନେ କବାଟ ଭାଙ୍ଗି ଭିତରେ ପଶି ହୁଣ୍ଡୀ ଭାଙ୍ଗିବା ସହ ଗୋଦାମ ଘର ତାଲା ଭାଙ୍ଗି ଚାରିଆଡେ ଖୋଜାଖୋଜି କରି କିଛି ନପାଇ ଫେରିଯାଇଥିଲେ l ସକାଳୁ ପୂଜାରୀ ଆସି ମନ୍ଦିର ଖୋଲିବାକୁ ଗଲା ବେଳେ ତାଲା ଭାଙ୍ଗିବା ସହ ସମସ୍ତ ଜିନିଷ ପତ୍ର ଏପଟ ସେପଟ ହୋଇ ପଡିଥିବାର ଦେଖିବାକୁ ମିଳିଥିଲାl ସଙ୍ଗେ ସଙ୍ଗେ ଉଭୟ ମନ୍ଦିରର ପୂଜାରୀ ମାନେ ଯାଇ କମିଟି କୁ ଖବର ଦେଇଥିଲେ ।

ମନ୍ଦିର କମିଟିର କେତେଜଣ ସଦସ୍ୟ ମିଶି ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ ପ୍ରଦାନ କରିବା ପରେ ଥାନା ପୋଲିସ ଆଇ ଘଟଣାର ଅନୁଧ୍ୟାନ କରି ଫେରିଥିଲେ। ପ୍ରକାଶ ଥାଉକି ଏହି ଥାନା ଇଲାକାରେ ଥିବା ପ୍ରାୟ ସମସ୍ତ ମନ୍ଦିରରେ ଆଗରୁ କୌଣସି ନା କୌଣସି ଦିନରେ ଚୋର ମାନେ ଚୋରୀ କରୁଥିବା ଘଟଣା ହୋଇଆସୁଛି। ଲୋକମାନେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଚୋରୀ କରୁଥିବା ଗ୍ୟାଙ୍ଗ ମାନଙ୍କୁ ଏ ଯାଏଁ କାବୁ କରିବାରେ ପୋଲିସ କୁ କିଛି ସୁଫଳ ମିଳି ପାରୁନାହିଁl ଅଞ୍ଚଳରେ ଅନେକ ଯାଗାରେ ଜୁଆ,ମଦ ଓ ଗଞ୍ଜେଇ ଆଦିର ଆସର ବଢ଼ି ବଢ଼ି ଯାଉଥିବା ବେଳେ ଚୋରୀ ମଧ୍ଯ ବଢ଼ିବାରେ ଲାଗିଥିବା ବେଳେ କୌଣସି ଦୃଢ଼ କାର୍ଯ୍ୟନୁଷ୍ଠାନ ହେଉନଥିବା ଦେଖିବାକୁ ମିଳୁଛି l ସେପଟେ ପୋଲିସର ନିଷ୍କ୍ରିୟତା ହେତୁ ଅଞ୍ଚଳରେ ଏଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି l

ad-week
Leave A Reply

Your email address will not be published.