
ହାଇଦ୍ରାବାଦ : ସାଉଦି ଆରବ ମଦିନାରେ ବସ୍ ଅଗ୍ନିକାଣ୍ଡ ଘଟଣାରେ ୪୨ ଜଣ ଭାରତୀୟଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ଗୋଟିଏ ପରିବାରର ୧୮ ସଦସ୍ୟଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ପିଢିଙ୍କ ଜୀବନଯାତ୍ରା ଶେଷ ହୋଇଛି ।
ଦୁର୍ଘଟଣା ସମୟରେ ସମସ୍ତ ଯାତ୍ରୀ ଶୋଇଥିଲେ । ଦୁର୍ଘଟଣାରେ ପରିବାରର ୧୮ ଜଣଙ୍କ ଜୀବନ ଚାଲିଯାଇଥିଲା । ହାଇଦ୍ରାବାଦର ମୁସିରାବାଦରେ ରହୁଥିବା ଶେଖ୍ ନସିରୁଦ୍ଦିନ୍ ଓ ତାଙ୍କ ପତ୍ନ ଅଖତର ବେଗମ୍ ମଧ୍ୟ ଏହି ବସ୍ ଥିଲେ । ତାଙ୍କ ସହ ପୁଅ, ଦୁଇ ଝିଅ, ବୋହୂ ଓ ପରିବାରର ବାକି ସଂପର୍କୀୟ ରହିଥିଲା ।
ବସଟି ମକ୍କାରୁ ମଦିନା ଯାଇଥିଲେ । ମକ୍କାରେ ଉମରା ଶେଷ କରିସାରିଥିଲେ । ଘରକୁ ଫେରିବା ବେଳେ ବସ୍ ଡିଜେଲ ଟ୍ୟାଙ୍କରକୁ ଧକ୍କା ହୋଇଥିଲା । ଫଳରେ ବସରେ ନିଆଁ ଲାଗିଯାଇଥିଲା । ବସରେ ମୋଟ ୫୪ ଯାତ୍ରୀ ଯିବାର ଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ କେତେଜଣ ବସରେ ଚଢିନଥିଲେ । ଫଳରେ ସେମାନଙ୍କ ଜୀବନ ବଞ୍ଚିଯାଇଥିଲା ।
ତେବେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ସାଉଦି ଆରବ ଘଟଣାରେ ଦୁଃଖ ପ୍ରକାଶ କରିଥିଲେ । ଘଟଣା ପରେ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ଏବଂ ସାଇଦି ଦୂତାବାସର ଅଧିକାରୀଙ୍କ ସହିତ କଥା ହୋଇ ମୃତ କଙ୍କ ପରିଜନଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।