ଆତ୍ମଘାତୀ ବିସ୍ଫୋରଣ ଖରାପ ନୁହେଁ, ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ଭିଡିଓ କରି କହିଥିଲା ଉମର

youtube

ନୂଆଦିଲ୍ଲୀ : ନୂଆଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଆତଙ୍କୀ ଡାକ୍ତର ଉମର ନବୀର ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଉମର ନବୀ ଇଂଲିଶରେ ଆତ୍ମଘାତୀ ବିସ୍ଫୋରଣ ଖରାପ ନୁହେଁ ବୋଲି କହୁଛି । ଆତ୍ମଘାତୀ ଆକ୍ରମଣକୁ ସଠିକ୍ ବୋଲି କହୁଛି ଉମର । ଘଟଣାର ୭ଦିନ ପରେ ଏହି ଭିଡିଓ ସାମ୍ନାକୁ ଆସିଛି ।

ଏହି ଭିଡିଓରେ ଉମର କହୁଛି ଯେ, ଲୋକମାନେ ବହୁତ ବଡ଼ ଭୁଲ୍ କରୁଛନ୍ତି, ସୁଇସାଇଡ ବମ୍ବିଂକୁ ଠିକ୍ ଭାବରେ ବୁଝିପାରିନାହାନ୍ତି । ବିସ୍ଫୋରଣ ଏବଂ ଆତ୍ମଘାତୀ ବିସ୍ଫୋରଣ ଭିତରେ ଫରକ ରହିଛି । ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ସମସ୍ୟା ହେଲା ଯେତେବେଳେ କୌଣସି ବ୍ୟକ୍ତି ମାନିନିଏ ଯେ, ତାର ମୃତ୍ୟୁ ଏକ ନିଶ୍ଚିତ ସମୟ ଓ ନିର୍ଦ୍ଧିଷ୍ଟ ସ୍ଥାନରେ ହେବ ସେତେବେଳେ ସେ ଏକ ବିପଦପୂର୍ଣ୍ଣ ମାନସିକ ସ୍ଥିତିକୁ ଚାଲିଯାଏ । ମୃତ୍ୟୁ ହିଁ ଶେଷ ଠିକଣା ବୋଲି ମାନିନିଏ । ହେଲେ ସତ କଥାଟା ହେଉଛି ଏଭଳି ଚନ୍ତାଧାରା କିମ୍ଵା ଏଭଳି ପରିସ୍ଥିତି କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ଵାରା ସ୍ଵୀକାର୍ଯ୍ୟ ନୁହେଁ। କାରଣ ଏହା ସମାଜ, ଜୀବନ ଏବଂ ଆଇନର ସିଦ୍ଧାନ୍ତକୁ ଉଲ୍ଲଙ୍ଘନ କରିଥାଏ ।

ସୂଚନାଯୋଗ୍ୟ, ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣରେ ଏଯାବତ୍ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଉମର ନିଜେ ଆଇ-20 କାର୍ ଚଲାଇ ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିଥିଲା । ଉମର ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ଜେନେରାଲ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଏବଂ ପୁଲୱାମା ଜିଲ୍ଲାର ବାସିନ୍ଦା । ଏହି ବିସ୍ଫୋରଣରେ ଉମରର ମୃତ୍ୟୁ ହୋଇଥିଲା । ନଭେମ୍ବର ୯ ତାରିଖରେ ଫରିଦାବାଦରେ ଏକ ଚଢଉ ପରେ ସେ ନିଖୋଜ ହୋଇଯାଇଥିଲେ । ଚଢଉ ସମୟରେ ଏକ ଗୋଦାମରୁ ପ୍ରାୟ ୨,୯୦୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା ।

Leave A Reply

Your email address will not be published.