
କଙ୍ଗୋ : କଙ୍ଗୋ ବିମାନବନ୍ଦରର ଏକ ଭିଡିଓ ବର୍ତ୍ତମାନ ଖୁବ୍ ଜୋରରେ ଭାଇରଲ ହେଉଛି । ରନୱେରେ ଅବତରଣ କରିବା ସମୟରେ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଯାହା ଭାଇରଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଏଥିରେ କଙ୍ଗୋର ଜଣେ ସରକାରୀ ମନ୍ତ୍ରୀଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।
ସୂଚନାନୁଯାୟୀ, କୋଲୱେଜିର ରନୱେ ୨୯ରେ ଅବତରଣ କରିବା ସମୟରେ ବିମାନର ପଛ ଭାଗରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣା ସମୟରେ ଦେଶର ଖଣି ମନ୍ତ୍ରୀ ଲୁଇସ ୱାଟମ୍ କାବାମ୍ବା ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଏକ ପ୍ରତିନିଧିମଣ୍ଡଳୀ ବିମାନରେ ଥିଲେ । ନିଆଁ ଲାଗିଥିବା ବିମାନଟି ଏରୋଜେଟ୍ ଆଙ୍ଗୋଲା ଦ୍ବାରା ପରିଚାଳିତ ଥିଲା । ନିଆଁ ଲାଗିବା ମାତ୍ରେ ତୁରନ୍ତ ପାଣି ପାଇପ୍ ସାହାଯ୍ୟରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିଲା । ଏହି ଦୁର୍ଘଟଣାରେ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।