
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଂଚଳରେ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଓଡ଼ଗାଁ ପୋଲିସ ନଜର ରଖି ୨ ଦିନ ମଧ୍ୟରେ ୩୯ ହଜାର ଟଙ୍କାର ଜୋରିମାନା କଟା ଯାଇଥିବା ବେଳେ ବିଶେଷ କରି ଏକାଧିକ ସଂଖ୍ୟାରେ ଯୁବକ ମାନେ ଏଥିରେ ଫସିଥିବାର ଜଣାପଡିଛି । ବିଶେଷ କରି ଗାଡ଼ି ଚଳାଇବା ବେଳେ ହେଲମେଟ ବ୍ୟବହାର ନକରିବା, ଅନ୍ୟ ନାମରେ ଥିବା ଗାଡ଼ି ଚଳାଉଥିବା ବେଳେ ଗାଡ଼ି ମାଲିକର ପ୍ରମାଣ ପତ୍ର ନଦେଇପାରିବା ଏବଂ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଥିବା ଚାଳକଙ୍କ ଜୋରିମାନା କଟାଯାଇଛି । ଓଡ଼ଗାଁ ଥାନା ସବ ଇନ୍ସପେକ୍ଟର ଚକ୍ରଧର ସିଂ ଙ୍କ ନେତୃତ୍ୱରେ ଏଏସଆଇ ଟିଟୁବାଳା ବେହେରାଙ୍କ ସହିତ ପୋଲିସ କର୍ମଚାରୀ ୨ ଦିନରେ ଚଢ଼ାଉ ଜାରି ରଖିଛନ୍ତି।