ବ୍ଲକସ୍ତରୀୟ ମତ୍ସ୍ୟ ପ୍ରାଣୀସମ୍ପଦ ମେଳା – ୨୦୨୫

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଚିକିଟୀ ଗଡ଼ ସ୍ଥିତ ରାଜା ଗୌରଚନ୍ଦ୍ର ମିନି ଷ୍ଟାଡିୟମ ଠାରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସୌଜନ୍ୟରେ ଚିକିଟୀ ବ୍ଳକ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ଶ୍ରୀମତୀ ମୀନା ଦ୍ୟାନ ସାମନ୍ତରା,ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା.କୈଳାସ ଚନ୍ଦ୍ର ସାମନ୍ତରା,ଚିକିଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ମିଶ୍ର,ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଅରବିନ୍ଦ ବେହେରା,ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦେବଦତ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. କୁଲଦୀପ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ଷ୍ଟଲ ଖୋଲାଯାଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ବ୍ୟାପକ ସଚେତନତା କରାଯାଇଥିଲା।କାର୍ଯ୍ୟକ୍ରମ ଆରମ୍ଭରେ ବିଧାୟକ ଓ ଅତିଥି ମାନେ ଗୋ ପୂଜନ କରି ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ପାତ୍ରପୁର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ସସ୍ମିତା ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଚାଷୀ ମାନଙ୍କ ନିମନ୍ତେ ବହୁ ଉପଯୁକ୍ତ ତଥ୍ୟ ବାର୍ତ୍ତା ମାଧ୍ୟମରେ ଦିଆଯାଇଥିଲା ତତ୍ ସହିତ ରାଜଲକ୍ଷ୍ମୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିଥିଲେ।ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ସରକାରଙ୍କ ଚାଷୀ ମାନଙ୍କ ଉଦ୍ଦେଶ୍ୟରେ ଉପଯୁକ୍ତ ମୂଲ୍ୟବାନ ବାର୍ତ୍ତାକୁ ଏଲଇଡି ମାଧ୍ୟମରେ ଉପସ୍ଥାପନ କରାଯାଇଥିଲା। ଅତିଥି ଓ ବିଭାଗୀୟ ଅଧିକାରୀମାନେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଉପରେ ଆଲୋକପାତ କରିଥିଲେ।
ପାରମ୍ପାରିକ ଚାଷ ବଦଳରେ ସମନ୍ବିତ ଚାଷ, ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରି ଅଧିକା ଉତ୍ପାଦନ, ମତ୍ସ୍ୟ ଚାଷ, ଗୋପାଳନ, ଉଦ୍ୟାନ କୃଷିକୁ ଉପଯୋଗ କରିବାକୁ ଆହ୍ବାନ ଦେଇଥିଲେ।ଏହି ଅବସରରେ କୃଷି, ପଶୁପାଳନ, କୁକୁଡ଼ା, ଛେଳି, ମତ୍ସ୍ୟ, ଯାଅଁଳ ଚାଷ, ଉଦ୍ୟାନ, କୃଷି ଆଦି କ୍ଷେତ୍ରରେ ଆତ୍ମନିର୍ଭର ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼.କାମେଶ୍ୱର ରେଡ୍ଡୀ, ପ୍ରାଣୀ ଚିକିତ୍ସକ ଡ଼.ଲିପ୍ସା ମହାପାତ୍ର ଓ ନୂଆପଡା ପ୍ରାଣୀ ଚିକିତ୍ସକ ସୌମିକ୍ ସ୍ୱାଇଁ ପ୍ରମୁଖଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ବିଶେଷ ସହଯୋଗ କରିଥିଲେ।ପରିଶେଷରେ ଭାରପ୍ରାପ୍ତ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ଵେତା ବେହେରା କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.