ପାଟ୍ରୋଲିଂ ବେଳେ ପାଞ୍ଚଲକ୍ଷ ଟଙ୍କାରୁ ଉର୍ଦ୍ଧ ବିଦେଶୀ ମଦ ଜବତ : ଜଣେ ଗିରଫ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲାବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପୋଲିସ ପକ୍ଷରୁ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ,ଏସଆଇ ଦମୟନ୍ତୀ ବେହେରା,ଏଏସଆଇ ସୁରେନ୍ଦ୍ର କୁମାର ରାଜହଂସ ଓ ବାସୁଦେବ ପଣ୍ଡାଙ୍କ ସମେତ ପୋଲିସ ଦାରିଙ୍ଗିବାଡ଼ି ଛକ ଠାରେ ପେଟ୍ରୋଲିଂ କରୁଥିବା ବେଳେ ବ୍ରହ୍ମପୁରରୁ ୪ ପେଟି ବିଦେଶୀ ମଦ ରାୟପୁର ନେବା ପାଇଁ ଅପେକ୍ଷା କରି ଥୂବା ଆସ୍କା ବାବନପୁରୁର ଲୋକ ନାଥ ରଥ (୪୫) କୁ ସନ୍ଦେହରେ ତନଖି କରିଥିଲେ। ଯାଞ୍ଚ ବେଳେ ପୋଲିସ ବିଦେଶୀ ମଦ ଚୋରା ଚାଲାଣ କରୁଥିବା ଜାଣିବା ପରେ ଥାନାକୁ ଆସାମୀକୁ ଆଣି ଉକ୍ତି ପେଟିରୁ ୨୮ ଟି ବୋତଲ ୨୦ ଲିଟର ୧୫୦ ମିଲିମିଟର ଯାହାର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ ୧୦ ହଜାର ଟଙ୍କାର ବିଦେଶୀ ମଦ ଜବତ କରିଥିଲା।

ପରେ ପୋଲିସ ଉକ୍ତ ଆସାମୀ ସହ ମଦ ଜବତ କରି ଥାନା କେସ ନଂ ୧୭୬/୨୫ ରେ ଏକ ମାମଲା ରୁଜୁ କରି ଅବକାରୀ ଦଫାରେ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.