ପରିବହନ କାର୍ଯ୍ୟାଳୟରୁ ଲୁଟ୍, ବନ୍ଧୁକ ମୁନରେ ଲୁଟି ନେଲେ ୩ଲକ୍ଷରୁ ଅଧିକ ଟଙ୍କା

youtube

ସୁନ୍ଦରଗଡ: ବଣାଇଁ ଉପଖଣ୍ଡ ଖଣି ଅଞ୍ଚଳ କୋଇଡାରେ ପୁଣି ଗତ ରାତିରେ ଏକ ଘରୋଇ ପରିବହନ ସଂସ୍ଥା ମା ତାରିଣୀ ଟ୍ରାନ୍ସପୋର୍ଟରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ସାଢେ ତିନିଲକ୍ଷ ଟଙ୍କା ଲୁଟି ଫେରାର ମାରିଛନ୍ତି । ରାତି ୧୨ଟାରେ ୭ରୁ ୮ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ଏଥିସହ କାର୍ଯ୍ୟାଳୟର ସମସ୍ତ ସିସିଟିଭି ତାର, କମ୍ପ୍ୟୁଟର ଭାଙ୍ଗି ହାର୍ଡ ଡିସ୍କ ନେଇଯାଇଛନ୍ତି । ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି ।

ଅନ୍ୟପଟେ ଡକାୟତଙ୍କୁ କାବୁ କରିବା ପାଇଁ ଯାଇଥିବା ପୁଲିସ ଟିମ୍‌ର ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଛି । ପୁଲିସ ଟିମ୍‌ ଗାଡ଼ିରୁ ଓହ୍ଲାଉଥିବା ବେଳେ ବିପରିତ ଦିଗରୁ ଡକାୟତ ମାନେ ଅସି ଗାଡ଼ି ଚଢ଼ାଇ ତାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଚାଳକ ବେସରକାରୀ ଭାବେ ଥାନା ଗାଡ଼ି ଚାଳକ ଭାବେ କାମ କରୁଥିଲେ। ତାଙ୍କ ନାଁ ରାହୁଲ ସଫର ।

କୋଇଡା ଏକ ଖଣି ଅଞ୍ଚଳ ହୋଇଥିବାରୁ ରାତି ତମାମ ପରିବହନ କାର୍ଯ୍ୟାଳୟ ଚାଲିଥାଏ ଏବଂ ଗାଡି ଚାଳକ ମାନଙ୍କୁ ଆଡଭାନ୍ସ ଦେବାକୁ ନଗଦ ରଖିଥାଆନ୍ତି । ଏହାର ସୁଯୋଗ ନେଇ ବାରମ୍ବାର ଡକାୟତି ବଢି ଚାଲିଛି ।

Leave A Reply

Your email address will not be published.