ବିଜେପିର ଜୋନ୍ ସ୍ତରୀୟ ବୈଠକ, ଯୋଗଦେଲେ ୨୦ରୁ ଊର୍ଦ୍ଧ୍ବ କର୍ମୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୯ ଗ୍ରାମ ଠାରେ ବିଜେପି ପକ୍ଷ୍ୟରୁ ଜୋନ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏମଭି ୭୯ ଗ୍ରାମ ସ୍ଥିତ ସମବାୟ ମଣ୍ଡି ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ବିଜେପିର କର୍ମୀ ମାନଙ୍କୁ ଡବଲ ଇଞ୍ଜିନ୍ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ଗୁଡିକୁ ପ୍ରତ୍ୟକ ପରିବାର ନିକଟରେ ପହଞ୍ଚାଇବା ସହ ଲୋକଙ୍କ ଆସ୍ଥା ଭାଜନ ହେବାକୁ କୁହାଯାଇଛି।

ସ୍ୱାସ୍ଥ୍ୟ କାର୍ଡ, ଆବାସ ଗୃହ ଯୋଜନା, ଖାଦ୍ୟ ସୁରକ୍ଷା ଓ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତାଘାଟ ନିର୍ମାଣରେ ବିଜେପି ସରକାରଙ୍କ ଭୂମିକା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି।କାଲିମେଳା ଜୋନ୍ ୧ ର ମଣ୍ଡଳ ସଭାପତି ଜୟନ୍ତ ମଜୁମଦାରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡା, ଜିଲ୍ଲା ବିଜେପି ସମ୍ପାଦକ ଭବାନୀ ଶଙ୍କର ମୂଖାର୍ଜୀ, ମାଲକାନଗିରି ଜିଲ୍ଲା ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ପୂର୍ବତନ ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ୍ ଓ ପରିତୋଶ ସରକାର ସମେତ ସ୍ଥାନୀୟ ଅଞ୍ଚଳର ଦେଢ଼ଶହରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳର ପ୍ରାୟ ୨୦ ଜଣ ବ୍ୟକ୍ତି ବିଜେପିରେ ସାମିଲ ହୋଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.