ଶେଷ ହେଲା ସାଲିଆସାହି ବସ୍ତି ଉଚ୍ଛେଦ ଅଭିଯାନ

youtube

ଭୁବନେଶ୍ୱର : ଧୁଳିସାତ ହେଲା ସାଲିଆସାହି ବସ୍ତି ।  ମାଟିରେ ମିଶିଲା ବସ୍ତିର ଅନେକ ଘର। ତୃତୀୟ ଦିନରେ ଶେଷ ହୋଇଛି ସାଲିଆ ସାହି ଉଛେଦ ଅଭିଯାନ । ଭିଟାମାଟି ଛାଡ଼ି ଯାଇଛନ୍ତି ବସ୍ତି ବାସିନ୍ଦା ।  ଲୋକଙ୍କୁ ସ୍ଥାନାନ୍ତର ପାଇଁ ସହଯୋଗ କରୁଛି ବିଏମସି। ଉଛେଦରେ ସାମିଲ ଥିଲା ୧୩ଟି ଜେସିବି ।  ଏକାମ୍ର କାନନରୁ ଅନ୍ଧାରୁଆ ଯାଏଁ ଜବରଦଖଲ ଉଚ୍ଛେଦ କରାଯାଇଛି ।

ରାସ୍ତା ନିର୍ମାଣ ପାଇଁ ୧୩ କିମି ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ୧୦ପ୍ଲାଟୁନ ପୋଲିସ ଉପସ୍ଥିତ ଥିଲେ । ଅନ୍ୟପଟେ ଉଛେଦ ପରେ ସମାନ୍ତରାଳ ରାସ୍ତା ପାଇଁ ଫିଟିଛି ସୁଯୋଗ ।  ବସ୍ତିର ଘରକୁ ମାଟିରେ ମିଶାଇ ତିଆରି ହେବ ୨୦୦ଫୁଟିଆ ରାସ୍ତା ।  ରାସ୍ତା ଫିଟିଲେ ସହଜ ହେବ ଯାତୟତ ଏବଂ କମିବ ଟ୍ରାଫିକ ସମସ୍ୟା ।  ଏକାମ୍ରରୁ ସିଧାସଳଖ ଯୋଡ଼ି ହେବ ହାତିଆଶୁଣିକୁ ରାସ୍ତା ।  ନୟାପଲ୍ଲୀରୁ ମୈତ୍ରୀ ବିହାର ପହଁଚିବାକୁ ଲାଗିବ ମାତ୍ର ୨ମିନିଟ ସମୟ ।

Leave A Reply

Your email address will not be published.