ଧର୍ମେନ୍ଦ୍ରଙ୍କ ବିରୋଧରେ ପିଟିସନ୍‌ ଖାରଜ କଲେ ହାଇକୋର୍ଟ

add-all

କଟକ  : ସମ୍ବଲପୁର ଲୋକସଭା ନିର୍ବାଚନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ନିର୍ବାଚନ ପିଟିସନ୍‌କୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନରେ ଗୁରୁତର ତ୍ରୁଟି ଓ ଅଭିଯୋଗର ସତ୍ୟତା ପ୍ରମାଣିତ କରିବାରେ ଆବେଦନକାରୀ ବିଫଳ ହେବାରୁ କୋର୍ଟ ଆବେଦନକୁ ଖାରଜ କରାଯାଇଛି।
ପ୍ରକାଶ ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ପରାଜିତ ପ୍ରାର୍ଥୀ ଡ. ସୁବାସ ମହାପାତ୍ର ପିଟିସନ ଦାୟର କରିଥିଲେ। ବିଜୟୀ ପ୍ରାର୍ଥୀ ନିବାଚନ ବେଳେ ଦାଖଲ ସତ୍ୟପାଠରେ ଆୟ ସମ୍ପତ୍ତି ତଥ୍ୟ ଲୁଚାଇବା ଅଭିଯୋଗ କରାଯାଇଥିଲା। ମତଦାତାଙ୍କୁ ପ୍ରଭାବିତ କରିବା ଓ ନିର୍ବାଚନ ନିୟମକୁ ଠିକ ଭାବେ ପାଳନ କରି ନ ଥିବାରୁ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା। ଆବେଦନକାରୀ ଅଭିଯୋଗକୁ ପ୍ରମାଣି କରିବାରେ ବିଫଳ ହୋଇଥିଲେ। ଆବେଦନକାରି ଫର୍ମ-୨୫ରେ ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଥିଲା। ଆବେଦନରେ କୌଣସି ତଥ୍ୟ ଠିକ ଭାବେ ଦର୍ଶାଯାଇ ନ ଥିଲା। ଏହାକୁ ଦୃଷ୍ଟିରେ ରଖି ଅଦାଲତ ପିଟିସନ୍‌କୁ ଖାରଜ କରିଦେଇଛନ୍ତି। ପ୍ରତିପକ୍ଷ ଧର୍ମେନ୍ଦ୍ର ପ୍ରଧାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ କୁମାର ଅଗ୍ରୱାଲ ମାମଲା ପରିଚାଳନା କରୁଥିଲେ।
ସୂଚନାଯୋଗ୍ୟ ଯେ ୨୦୨୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଦଳରୁ ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଥିଲେ।

ad-week
Leave A Reply

Your email address will not be published.