ଏକଥରକେ ଭଗବତ ଗୀତା ଗାଇଲେ ୩୫ ହଜାର ଛାତ୍ରଛାତ୍ରୀ…

youtube

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଚିନ୍ମୟ ମିଶନ ପକ୍ଷରୁ ସାମୁହିକ ଗୀତା ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।‌ ଏଥିରେ ସହରର ୧୦୦ରୁ ଅଧିକ ସ୍କୁଲ ଓ କଲେଜର ୩୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ପ୍ରଥମେ ବର୍ତ୍ତମାନର ସମାଜରେ ଗୀତାର ଗୁରୁତ୍ବ କେତେ ରହିଛି ସେ ନେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇ କହିଥିଲେ ଚିନ୍ମୟ ମିଶନର ବରିଷ୍ଠ ଆଚାର୍ଯ୍ୟ ମାନେ । ଏହାପରେ ଆରମ୍ଭ ହୋଇଥିଲା ସାମୁହିକ ଗୀତା ପାଠ । ଗୀତାପାଠ ନେଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୂର୍ବରୁ ଏକ ଲିଫଲେଟ ବଣ୍ଟନ କରାଯାଇଥିଲା । ଭାଗବତ ଗୀତାର ଷଷ୍ଠ ଅଧ୍ୟାୟର ୧୦ରୁ ୨୯ ନମ୍ବର ଶ୍ଲୋକକୁ ଏକାଥରକେ ପାଠ କରିଥିଲେ ୩୫ ହଜାର ଛାତ୍ରଛାତ୍ରୀ ।

ଏହି ଶ୍ଲୋକ ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କର ଧ୍ୟାନ ଶକ୍ତିକୁ ବୃଦ୍ଧି କରିପାରିବ । ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ ପାଠପଢ଼ା ସମୟରେ ଅସ୍ଥିର ଥିବା ଦେଖିବାକୁ ମିଳିଛି । ତେଣୁ ଏହି ଶ୍ଲୋକ ପାଠ ପଢ଼ିବା ଦ୍ବାରା ସେମାନଙ୍କ ମନ ସ୍ଥିର ହେବା ସହ ପାଠପଢିବାରେ ସେମାନଙ୍କ ଧ୍ୟାନ ରହିବ । ଏହି ଉଦେଶ୍ୟ ରଖି ଏହି ଶ୍ଲୋକ ପାଠ କରାଯାଇଥିଲା । ଗୀତାର ମହାତ୍ମ୍ୟ ଅଧିକ ରହିଛି ତେଣୁ ଗୀତାକୁ ସରକାର ଗୁରୁତ୍ବ ଦେଇ ଛାତ୍ରଛାତ୍ରୀଙ୍କ ସିଲାବସରେ ମଧ୍ୟ ରଖାଯାଉ ବୋଲି ଚିନ୍ମୟ ମିଶନ ପକ୍ଷରୁ ଦାବି ସରକାରଙ୍କ ନିକଟରେ ରଖାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ବାମୀ ସଦାଶିବାନନ୍ଦଜୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଚିନ୍ମୟ ମିଶନର ଅନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.