ଲୁଣ ଭାବି ଥିମେଟ୍ ଖାଇଦେଲେ ୩ ଶିଶୁ: ଅବସ୍ଥା ଗୁରୁତର

youtube

ନୀଳଗିରି: ଲୁଣ ଭାବି ଥିମେଟ୍ ଖାଇଦେଲେ । ଗୁରୁତର ୩ ଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ନୀଳଗିରି ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଘଟିଛି ଅଘଟଣ ।  ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ପିଲା ଗାଁ ଦାଣ୍ଡରେ ଖେଳୁଥିଲେ । ସେମାନଙ୍କୁ ଭୋକ ଲାଗିବାରୁ ଘରୁ ଲୁଣ ଆଣିଥିବା ଭାବି ଥିମେଟ ସହ ପିଆଜ ଗୋଳାଇ ଖାଇ ଦେଇଥିଲେ । ନୀଳଗିରି ବ୍ଲକ ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି ।  ଗୁରୁତର ୩ ଶିଶୁ ଯୁବରାଜ , ଇନ୍ଦୁରେଖା ଓ ଘନଶ୍ୟାମ ।

ପରିବାର ଲୋକେ ବିଲରୁ କାମ ସାରି ଫେରିବା ପରେ ସେମାନଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ଅବସ୍ଥା ସଂକଟାପନ ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି ।  ସେପଟେ ଅଧିକା ଯୁବରାଜଙ୍କ ଅବସ୍ଥା ଅଧିକ ସାଙ୍ଘାତିକ ହେବାରୁ ତାଙ୍କୁ ରାତିରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.