ବିହାରରେ ଏନଡିଏର ବିପୁଳ ବିଜୟ ପରେ ଓଡ଼ିଶାରେ ଧର୍ମେନ୍ଦ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା

youtube

ଭୁବନେଶ୍ୱର: ବିହାରରେ ଏନଡିଏର ବିପୁଳ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ପହଞ୍ଚିଛନ୍ତି । ଧର୍ମେନ୍ଦ୍ରଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କୁ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ବିହାର ବିଜୟ ମୋଦୀଙ୍କ ନେତୃତ୍ୱକୁ ବଡ ସ୍ୱୀକୃତି । ବିହାରରେ ଲଗାତାର ୨୦ବର୍ଷ ଶାସନ ପରେ ବି ପୁଣି ଥରେ ଏନଡିଏ ବିଜୟୀ ହୋଇଛି ।

ଏହି ବିଜୟ ମୋଦୀଙ୍କ ନେତୃତ୍ୱକୁ ବଡ ସ୍ୱୀକୃତି ଦେଇଛି । ପୁରା ଦେଶରେ କଲ୍ୟାଣକାରୀ ଶାସନ ଚାଲିଥିବାରୁ ଲୋକଙ୍କ ପାଖରେ ଏନଡିଏ ଆସ୍ଥାଭାଜନ ହୋଇପାରିଛି । ଦେଶ ବିଭାଜନ ମାନସିକତା ରଖୁଥିବା କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ନୂଆପଡାରେ ମଧ୍ୟ ବିଜେପି ବିପୁଳ ଭୋଟରେ ବିଜୟୀ ହୋଇଛଇ । ଏହା ଅଭୂତପୂର୍ବ ବିଜୟ ବୋଲି ଧର୍ମେନ୍ଦ୍ର କହିଛନ୍ତି । ବିହାର ନିର୍ବାଚନ ପାଇଁ ପ୍ରଭାରୀ ଦାୟିତ୍ୱରେ ରହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.