
ଭୁବନେଶ୍ୱର: ଭୁବନେଶ୍ୱରରେ ଜମି ଠକେଇ ମାମଲାରେ ଯବାନଙ୍କୁ ବାନ୍ଧିଛି ପୁଲିସ । ଏସଏସବି ଯବାନ ସଚିତ୍ର ସେନାପତିଙ୍କୁ ଗିରଫ କରିଛି ସହିଦନଗର ଥାନା ପୁଲିସ । ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା । ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏସଏସବି ଯବାନଙ୍କୁ ଗିରଫ କରିଛି ପୁଲିସ । ପୂର୍ବରୁ ନବୀନ ନିବାସରେ ଡ୍ୟୁଟି କରୁଥିଲେ ସଚିତ୍ର ସେନାପତି ।