
ଲାହୋର : ପୂର୍ବ ପାକିସ୍ତାନର ଏକ ଅଠା ଫ୍ୟାକ୍ଟ୍ରିରେ ବଏଲର ବିସେ୍ଫାରଣ ହୋଇଛି । ଏହି ଘଟଣାରେ ଅତିକମରେ ୧୫ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଫ୍ୟାକ୍ଟ୍ରି ମ୍ୟାନେଜରକୁ ଗିରଫ କରାଯାଇ ମାଲିକଙ୍କୁ ଖୋଜା ଚାଲିଛି । ବିସ୍ଫୋରଣ ହେବା ପରେ ମାଲିକ ଘଟଣା ସ୍ଥଳରୁ ତୁରନ୍ତ ଫେରାର ହୋଇଯାଇଛନ୍ତି ।
ତେବେ ବିସ୍ଫୋରଣର କାରଣ ଏଯାଏଁ ଜଣାପଡିନାହିଁ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘଟଣା ପରେ ସ୍ଥାନୀୟ ଲୋକ ଆତଙ୍କୀତ ଅବସ୍ଥାରେ ରହିଛନ୍ତି । ସ୍ଥାନୀୟ ପୋଲିସ ଅଧିକାରୀ ମହମ୍ମଦ ଅସଲମ କହିଛନ୍ତି, ମାମଲାର ଯାଞ୍ଚ ଚାଲିଛି ।