
ଦୁବାଇ : ଦୁବାଇରେ ଏୟାର ସୋ’ରେ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁବାଇ ଏୟାର ସୋ’ରେ ଏକ ପ୍ରଦର୍ଶନୀ ସମୟରେ ଏକ ଭାରତୀୟ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ମୃତ୍ୟୁ ହୋଇଛି । ଭିଡିଓରେ ଦେଖାଯାଉଛି ଯେ, ତେଜସ୍ ଜେଟ୍ ହଠାତ୍ ତଳକୁ ଖସିପଡ଼ିବା ପରେ ବିସ୍ଫୋରଣ ହୋଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି ।
ଏହି ବିସ୍ଫୋରଣ ସମୟ ପ୍ରାୟ ଅପରାହ୍ନ ୨.୧୦ ସମୟରେ ଘଟିଛି । ହଜାର ହଜାର ଦର୍ଶକ ବିମାନର ଏରୋବାଟିକ୍ସ ଦେଖୁଥିବା ଦୁର୍ଘଟଣା ହୋଇଛି । ବିମାନଟି ବାୟୁରେ ଏକ ଚମତ୍କାର ମୋଡ଼ ନେଉଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇଲା । କିଛି ସେକେଣ୍ଡ ମଧ୍ୟରେ ତେଜସ୍ ଖସିପଡ଼ି ତଳକୁ ଖସିପଡିଥିଲା ।