
ମିଶ୍ରଣ ପର୍ବ ପାଇଁ ଏହା ଏକ ପ୍ରସ୍ତୁତି ବୈଠକ ନୁହଁତ…??

ବ୍ରହ୍ମପୁର:ବ୍ରହ୍ମପୁର ସ୍ଥିତ ଗୋଶାଣୀ ନୂଆଗାଁ ନିକଟରେ ଛାଡ଼ଖାଇ ଆସର ଏବେ ସିଲ୍ଲକ ସିଟିରେ ଚର୍ଚ୍ଚାର ବିଷୟ ପାଲଟିଛି। ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣା ରେ ସମ୍ପୃକ୍ତି ଥିବା ନେଇ ବ୍ରହ୍ମପୁର ର ବହୁ ରାଜ ନେତା ବର୍ତ୍ତମାନ ଜେଲରେ। ଟାଇଗେର ଜେଲକୁ ଯିବା ପରେ ବ୍ରହ୍ମପୁରର ବହୁ ମଦ ବ୍ୟବସାୟ ସହ ସମ୍ପୃକ୍ତି ଥିବା ଭାଇ ମାନଙ୍କୁ ଗୋଟେ ଛାତ ତଳେ ନେତାଙ୍କ ଶରଣ ରେ ରହିବାକୁ ଜଣେ ଜମି ମାଫିଆ ଏହି ଆସର ଯୋଗାଡ଼ ଯନ୍ତ୍ର କରିଥିବା ନେଇ ଆଲୋଚନା ହେଉଛି। ଛାଡ଼ଖାଇ ଆଳରେ ସବୁ ଭାଇ ମାନେ ଗୋଟେ ଛାତ ତଳେ ଏକାଠି ହେବା ନେତାଙ୍କ ସହ ହାତକୁ ହାତ ମିଶାଇ ନିଜର ବାଲି-ମଦ ବ୍ୟବସାୟ ଚଲେଇବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ସହର ରେ ଜୋର ଦାର ଚର୍ଚ୍ଚା ହେଉଛି। ଜମି ମାଫିଆଙ୍କ ସହଯୋଗ ରେ ଜମି-ବାଲି-ମଦ ସହ ସମ୍ପୃକ୍ତି ଥିବା ଭାଇ ମାନେ ଗୋଟେ ଛାତ ତଳେ ମେଳି ବାନ୍ଧିବା ଏହା ସହର ପାଇଁ ବିପଦ ହେବ ବୋଲି ସାଧାରଣ ରେ ଆଲୋଚନା ହେଲାଣି। ପୁଣି ଅନ୍ୟ ଦିଗକୁ ଦେଖିଲେ ବିଜେଡି ଦିନକୁ ଦିନ ଭୁଶୁଡି ଯିବାକୁ ବସିଲାଣି ଆଉ ନବୀନ ବାବୁଙ୍କ ମ୍ୟାଜିକ କାମ କରୁନାହିଁ ଯାହାକି ନିକଟରେ ନୂଆପଡା ନିର୍ବାଚନ ଏକ ଉଦାହରଣ ତେଣୁ କିଛି ବିଜେଡି କର୍ମୀ ଏବେ ବିଜେପି ମୁହାଁ ଏହାବି ସ୍ପଷ୍ଟ କରୁଛି l ଶୁଣିବାକୁ ମିଳୁଛି ବ୍ରହ୍ମପୁର ରେ ଏକ ମିଶ୍ରଣ ପର୍ବ ହେବାକୁ ଯାଉଛି ଯେଉଁଥିରେ ବିଜେଡି ର ଅନେକ ନେତା ଓ କର୍ମୀ ଯୋଗ ଦେବାର ତାଲିକା ପ୍ରସ୍ତୁତି ପ୍ରାୟ ସରିଲାଣି l ଏହି ଭୋଜିରେ କିଛି ଦୃଶ୍ୟ କୁ ନେଇ ସାଧାରଣ ରେ ଏବେ ଆଲୋଚନା ହେଲାଣି, ସୂଚନା ଥାଉକି ତଳ ଦିନେ ବ୍ରହ୍ମପୁର ର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କୁ ମଧ୍ୟ ବିଜେପି ର ଏକ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଥିଲା ଯାହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଏବଂ ଚ୍ୟାଉ ବାବୁ ଟ୍ରୋଲ ବି ହୋଇଥିଲେ l ଏବେ ଏହି ବିଳାସ ପୂର୍ଣ୍ଣ ଭୋଜିରେ କିଛି ବିଜେଡି ନେତା ଙ୍କୁ ବି ଦେଖିବାକୁ ମିଳିଛି ଯାହାକୁ ନେଇ ଲୋକେ ଚର୍ଚ୍ଚା କରିବା ସ୍ୱାଭାବିକ କଥା l ପୀତବାସ ପଣ୍ଡା ହତ୍ୟା ଘଟଣା ରେ ବ୍ରହ୍ମପୁର ପୂର୍ବତନ ବିଧାୟକ ଏବଂ ବର୍ତ୍ତମାନ ର ବିଜେଡି ଜିଲ୍ଲା ସଭାପତି ଛନ୍ଦି ହୋଇ ଜେଲ ରେ ଅଛନ୍ତି l ବିଜେଡି ମଙ୍ଗ ଧରିବାକୁ ଏବେ କିଏ ବି ନାହିଁ ବର୍ତ୍ତମାନ ବିଜେଡି ଜିଲ୍ଲା ରେ କୋମା କୁ ଚାଲିଯାଇଛି କହିଲେ କିଛି ବି ଭୁଲ ହେବ ନାହିଁ l ବିଜେପି ଶାସନ କୁ ଆସିବା କ୍ଷଣି କିଛି ବିଜେଡି କର୍ମୀ ନିଜ ବ୍ୟବସାୟ କୁ ନଜର ରେ ରଖି ଇଡି ଏବଂ ଭିଜିଲାନ୍ସ କବଳ ରୁ ରକ୍ଷା ପାଇବା ଉଦେଶ୍ୟ ରେ ବିଜେପି ରେ ଯୋଗ ଦେବା ନଜିର ରହିଛି l ବ୍ରହ୍ମପୁର ରେ ମଦ, ବାଲି ଓ ଜମି ମାଫିଆ ସକ୍ରିୟ ତେଣୁ ଆସ୍କା ନିର୍ବାଚନ ମଣ୍ଡଳୀ ଭଳି ବାଲି.. ମଦ.. ଓ ଜମି ମାଫିଆ ମାନେ ବର୍ତ୍ତମାନ ବ୍ରହ୍ମପୁର ବିଧାୟକ ଙ୍କ ସରଣରେ ବୋଲି ଚର୍ଚ୍ଚା ହେଲାଣି l ବର୍ତ୍ତମାନ ବ୍ରହ୍ମପୁର ୨ ତୁଙ୍ଗ ନେତା ଜେଲ ରେ ତେଣୁ ଏହାର ସୁଯୋଗ ଉଠାଇବା ପାଇଁ ବିରୋଧୀ ଗୋଷ୍ଠୀ ଅଣ୍ଟା ଭିଡି ଛନ୍ତି l ବର୍ତ୍ତମାନ ମାଫିଆ ମାନଙ୍କ ଏକ ହିଁ ଭରଷା ବିଜେପି , l ବିଜେଡି କର୍ମୀ ଓ ନେତା ସୁଯୋଗ ଅପେକ୍ଷା ରେ ଥିଲେ ବିଜେପି ବର୍ତ୍ତମାନ ଗୋଟି ଚଲେଇ ବିଜେଡି ଦୁର୍ଗ କୁ ଭାଙ୍ଗିବାରେ ଏକ ରକମ ସଫଳ ହେବାକୁ ଯାଉଛି ବୋଲି ରାଜନୀତି ପଣ୍ଡିତ ମାନେ ମତ ଦେଲେଣି l ଦେଖାଯାଉ ଆଗକୁ କଣ ସବୁ ଘଟିବ ତାହା ସମୟ କହିବ l