
ପାଟଣା: ନୀତଶ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କରାଯାଇଛି। ୨୦ ବର୍ଷ ପରେ ନୀତିଶ କୁମାର ଗୃହ ବିଭାଗ ଛାଡ଼ିଛନ୍ତି। ଏହି ବିଭାଗ ବିଜେପି ପାଖକୁ ଚାଲିଯାଇଛି । ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ । ଏବେ ଅର୍ଥ ବିଭାଗ ଜେ଼ଡିୟୁ ହାତରେ । ବିଜେନ୍ଦ୍ର ଯାଦବ ଶକ୍ତି ସହିତ ଅର୍ଥ ବିଭାଗର ଦାୟିତ୍ୱ ନେଇଛନ୍ତି । ଏହା ସହିତ ମଙ୍ଗଳ ପାଣ୍ଡେଙ୍କୁ ପୁନର୍ବାର ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଦିଆଯାଇଛି । ପ୍ରଥମ ଥର ମନ୍ତ୍ରୀ ହୋଇଥିବା ଜାତୀୟ ଶୂଟର୍ ଶ୍ରେୟସୀ ସିଂହଙ୍କୁ କ୍ରୀଡା ବିଭାଗ ଦିଆଯାଇଛି।
ହାମ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ସୁମନଙ୍କ ବିଭାଗ ବଦଳି ନାହିଁ । ସେମାନେ ପୁନର୍ବାର କ୍ଷୁଦ୍ର ଜଳ ସମ୍ପଦ ବିଭାଗର ମନ୍ତ୍ରୀ ହେବେ । ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ ଭୂମି ଏବଂ ରାଜସ୍ୱ ବିଭାଗ ବ୍ୟତୀତ ଖଣି ଏବଂ ଭୂ-ତତ୍ତ୍ୱ ବିଭାଗ ମିଳିଛି।
କୃଷି ବିଭାଗ ବିଜେପି କୋଟାରୁ ମନ୍ତ୍ରୀ ହୋଇଥିବା ରାମକୃପାଳ ଯାଦବଙ୍କୁ ଦିଆଯାଇଛି । ଦିଲୀପ ଜୟସ୍ୱାଲଙ୍କୁ ଉଦ୍ୟୋଗ ମନ୍ତ୍ରୀ କରାଯାଇଛି। ନୀତିନ ନବୀନଙ୍କୁ ସଡକ ନିର୍ମାଣ ବିଭାଗ ସହିତ ନଗର ବିକାଶ ଏବଂ ଗୃହନିର୍ମାଣ ବିଭାଗର ଦାୟିତ୍ୱ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ୨୬ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ନଭେମ୍ବର ୨୦ରେ ନୀତିଶ କୁମାରଙ୍କ ସହିତ ସମସ୍ତ ମନ୍ତ୍ରୀମାନେ ଶପଥ ନେଇଥିଲେ। ଶପଥ ନେବା ୨୪ ଘଣ୍ଟା ପରେ ବିଭାଗଗୁଡ଼ିକର ବଣ୍ଟନ ହୋଇଛି।
କାହାକୁ କେଉଁ ଦାୟିତ୍ୱ
ସମ୍ରାଟ ଚୌଧୁରୀ (ଉପ ମୁଖ୍ୟମନ୍ତ୍ରୀ) – ଗୃହ ବିଭାଗ ମନ୍ତ୍ରୀ
ବିଜୟ କୁମାର ସିହ୍ନା (ଉପ ମୁଖ୍ୟମନ୍ତ୍ରୀ) – ଭୂ ଏବଂ ରାଜସ୍ୱ, ଖଣି ବିଭାଗ ମନ୍ତ୍ରୀ
ବିଜୟ କୁମାର ଚୌଧୁରୀ – ଜଳସମ୍ପଦ ଏବଂ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ
ଦୀଲିପ ଜୈଶସ୍ୱାଲ – ଶିଳ୍ପ ବିଭାଗ ମନ୍ତ୍ରୀ
ଶ୍ରବଣ କୁମାର – ଗ୍ରାମୀଣ ବିକାଶ, ପରିବହନ ବିଭାଗ ମନ୍ତ୍ରୀ
ଅଶୋକ ଚୌଧୁରୀ – ଗ୍ରାମୀଣ କାର୍ଯ୍ୟକ୍ରମ ବିଭାଗ ମନ୍ତ୍ରୀ
ବିଜେନ୍ଦ୍ର ଯାଦବ – ଶକ୍ତି ବିଭାଗ ମନ୍ତ୍ରୀ
ମଙ୍ଗଳ ପାଣ୍ଡେ – ସ୍ୱାସ୍ଥ୍ୟ ଆଇନ ବିଭାଗ ମନ୍ତ୍ରୀ
ଲେଶୀ ସିଂ – ଖାଦ୍ୟ ଓ ଉପଭୋକ୍ତା ବିଭାଗ ମନ୍ତ୍ରୀ
ନୀତିନ ନବୀନ – ସଡ଼କ ନିର୍ମାଣ, ସହର ବିକାଶ ବିଭାଗ ମନ୍ତ୍ରୀ
ମଦନ ସାହନି – ସାମାଜିକ କଲ୍ୟାଣ ବିଭାଗ ମନ୍ତ୍ରୀ
ସୁନୀଲ କୁମାର – ଶିକ୍ଷା ବିଭାଗ ମନ୍ତ୍ରୀ
ରାମକୃପାଲ ଯାଦବ – କୃଷି ବିଭାଗ ମନ୍ତ୍ରୀ
ଜମା ଖାନ – ସଂଖ୍ୟାଲଘୁ କଳ୍ୟାଣ ବିଭାଗ ମନ୍ତ୍ରୀ
ସଞ୍ଜୟ ଟାଇଗର – ଶ୍ରମ ବିଭାଗ ମନ୍ତ୍ରୀ
ଅରୁଣ ଶଙ୍କର ପ୍ରସାଦ – ପର୍ଯ୍ୟଟନ, କଳା ଓ ସଂସ୍କୃତି ବିଭାଗ ମନ୍ତ୍ରୀ
ରାମା ନିଶାଦ – ପଛୁଆ ବର୍ଗ ଏବଂ ଅତ୍ୟନ୍ତ ପଛୁଆ ବର୍ଗ ଶ୍ରେଣୀ କଲ୍ୟାଣ ବିଭାଗ ମନ୍ତ୍ରୀ
ସୁରେନ୍ଦ୍ର ମେହତା – ପଶୁ ଏବଂ ମତ୍ସ ସମ୍ପଦ ବିଭାଗ ମନ୍ତ୍ରୀ
ନାରାୟଣ ପ୍ରସାଦ – ଦୁର୍ଘଟଣା ପରିଚାଳନା ବିଭାଗ ମନ୍ତ୍ରୀ
ଲକେନ୍ଦ୍ର ପାସ୍ୱାନ – ନିର୍ଦିଷ୍ଟ ଜାତି ଏବଂ ନିର୍ଦିଷ୍ଟ ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ
ଶ୍ରେୟାସୀ ସିଂହ – ସୂଚନା ଏବଂ କ୍ରୀଡା ବିଭାଗ ମନ୍ତ୍ରୀ
ପ୍ରମୋଦ କୁମାର ଚନ୍ଦ୍ରବଂଶୀ – ସଂଗଠନ, ପରିବେଶ ପରିବର୍ତ୍ତନ ବିଭାଗ ମନ୍ତ୍ରୀ
ସଞ୍ଜୟ ପାସ୍ୱାନ, ସଞ୍ଜୟ ସିଂହ ,ଦୀପକ ପ୍ରକାଶ ,ସନ୍ତୋଷ ସୁମନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ମଧ୍ୟ କୌଣସି ବିଭାଗ ବଣ୍ଟନ କରାଯାଇ ନାହିଁ ।