କୋରାପୁଟରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ : ଜନ୍ମମାଟି ତେନ୍ତୁଲିଗୁମ୍ମାର ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ

କୋରାପୁଟ : କୋରାପୁଟ ଜିଲ୍ଲା ସଦର ମହକୁମାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମାଟିର ବୀରପୁତ୍ର ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ବରିଷ୍ଠ ରାଜନେତା, ପ୍ରଶାସନିକ ଅଧିକାରୀ ଏବଂ ବୁଦ୍ଧିଜୀବୀମାନେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଆଜି ସକାଳେ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଛକ ନିକଟରେ ସ୍ଥାପିତ ଶହୀଦଙ୍କ ପ୍ରତିମୂର୍ତ୍ତୀରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ସ୍ମୃତିଚାରଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଉଦବୋଧନ ଦେଇ ବିଧାୟକ ଶ୍ରୀ ମାଛ କହିଥିଲେ ଯେ, “ଶହୀଦ ଲକ୍ଷ୍ମଣ ନାୟକ ଆମର ଗର୍ବ ଓ ଗୌରବ। ତାଙ୍କ ଜନ୍ମମାଟି ତେନ୍ତୁଲିଗୁମ୍ମାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ।”

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ସମାଜସେବୀ କାମାକ୍ଷା ପ୍ରସାଦ ମାଝୀ, ପୂର୍ବତନ ବିଧାୟକ ନିମାଇଁ ସରକାର, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ସାହୁ, ସ୍ମାରକୀ କମିଟି ସଦସ୍ୟ ଆର. ଶର୍ମା ଓ ଅରୁଣ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ଶହୀଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

ସେହିପରି କୋରାପୁଟ ବସଷ୍ଟାଣ୍ଡ ପରିସରରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତୀରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା। ଏଠାରେ ରାଜ୍ୟ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ରାଜ୍ୟ ବିଜେପି ସଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ଜିଲ୍ଲା କଂଗ୍ରେସ କମିଟି ସଭାପତି ରୂପକ ତୁରୁକ ଏବଂ କୋରାପୁଟ ତହସିଲଦାର ସୟଦ ସବୀର ସାହା ପ୍ରମୁଖ ଯୋଗଦେଇ ଶହୀଦଙ୍କ ବୀରତ୍ୱ ଗାଥାକୁ ମନେ ପକାଇଥିଲେ।

ad-week
Leave A Reply

Your email address will not be published.