
କଟକ : କଟକରେ ଅଭାବନୀୟ ଘଟଣା । ଗଣ୍ଡରପୂର୍ ମହାନଦୀ ବିହାର ଅଞ୍ଚଳର ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ । ଦୁଇ ଛାତ୍ରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ୧୦ ଛାତ୍ରଙ୍କ ନାଁ ରେ ଚାଉଳିଆଗଞ୍ଜ ଥାନାରେ ମାମଲା ରୁଜୁ ହୋଇଛି । ବିଦ୍ୟାଳୟ ଲିଫ୍ଟରେ ଯିବାକୁ ନେଇ ଗତ ୨୦ ତାରିଖ ଦିନ ବିବାଦ ଉପୁଜି ଥିଲା । ଏହାକୁ ନେଇ ଗତକାଲି ସ୍କୁଲ ଆୱାର ପରେ ଉଭୟ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ମହାନଦୀ ବିହାର ଅଞ୍ଚଳରେ ଗତକାଲି ରାତିରେ ଗୋଟିଏ ଗୋଷ୍ଠୀର ଦୁଇ ଛାତ୍ରଙ୍କୁ ବିଭିନ୍ନ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ ଅନ୍ୟ ଗୋଷ୍ଠୀର ଛାତ୍ର ।
ଏହି ଘଟଣାକୁ ନେଇ ମାମଲା ରୁଜୁ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଆଇନ୍ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି । ନାବାଳକ ହେଲେ ମଧ୍ୟ, କୌଣସି ଅପରାଧିକ କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ ବୋଲି ଡିସିପି କହିଛନ୍ତି ।