ଆସିକା ଗ୍ରାମ୍ୟ ଜଳ ଯୋଗାଣ ର ଅଜବ ନୀତି ନାଳ ମଧ୍ୟ ଦେଇ ବିଭଗୀୟ ପକ୍ଷରୁ ପାନୀୟ ଜଳ ଯୋଗାଣ….!

add-all

ପ୍ରଶାସନ କୁ ଗୁହାରି କରି ଲୋକେ ନାକେଦମ୍…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ଡବଲ ଇଞ୍ଜିନ ଆସିବା ପରେ ଉନ୍ନୟନ କାର୍ଯ୍ୟକ୍ରମ ରେ ଶିଥିଳତା ଦେଖାଦେଇଛି। ତାହାର ନଗ୍ନ ନମୁନା ଆସିକା ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର କର୍ଣ୍ଣଳୀ ଗ୍ରାମରେ ଦେଖିବାକୁ ମିଳିଛି। ସରକାର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। କର୍ଣ୍ଣଳୀ ଗ୍ରାମର ସାହି ସାହିରେ ନାଳ ଭିତରେ ପାନୀୟ ଜଳର ପାଇପ କନେକ୍ସନ ଦେଇ ଗ୍ରାମ୍ୟ ଜଳ ଯୋଗାଣ ଦ୍ୱାରା ଘରୋଇ ପାଣି ଯୋଗାଣ କରାଯାଉଛି। ଗ୍ରାମ ବାସୀ ଧର୍ମକୁ ଆଦରି ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ନିର୍ବାଚିତ ପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ଆସିକା ତହସିଲଦାର, ବିଡିଓ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ଆଜି ସୁଦ୍ଧା କୌଣସି ସୁଫଳ ମିଳିନି। ନର୍ଦ୍ଧମା ଭିତରେ ପାନୀୟ ଜଳ ଯୋଗାଣ ର ପାଇପ ଲାଇନ କିଛି ସ୍ଥାନରେ ଫାଟି ଯାଇଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି। ସରକାର ରାଜସ୍ୱ ଆଦାୟ କରି ନର୍ଦ୍ଧମା ପାଣି ଯୋଗାଉଥିବା ଲୋକେ କହିଲେଣି। ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କଲେ ବାବୁଙ୍କ ଅଫିସରେ ଦେଖା ମିଳୁନି, ଅନେକ ସମୟରେ ବାବୁଙ୍କ ମୋବାଇଲ ବନ୍ଦ ରିଙ୍ଗ କଲେବି ବାବୁ ଫୋନ ଉଠାଉ ନାହାନ୍ତି l ଲୋକେ ଅଭିଯୋଗ କରିବେ କାହାକୁ ଏବଂ କିପରି ଏହାକୁ ନେଇ ବିରାଟ ପ୍ରଶ୍ନ ବାଚୀ l ଲୋକଙ୍କ ମୋହନ ସରକାର ସମୟରେ ଲୋକେ ହଇରାଣ ହରକତ ହେଉଥିବା ଲକ୍ଷ କରାଯାଇଛି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗାଁ ଲୋକେ ଅନୁରୋଧ କରିଛନ୍ତି l

ad-week
Leave A Reply

Your email address will not be published.