ଜିଲ୍ଲାସ୍ତରୀୟ ସର୍ଗିଫୁଲ ୨୦୨୫ -ପାଳିତ….

youtube

କୋରାପୁଟ ତା: 23/11/25- କୋରାପୁଟ ଜିଲ୍ଲା ସ୍ତରୀୟ ସର୍ଗିଫୁଲ ସୁନାବେଡା ସ୍ଥିତ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଠାରେ ମହାସୋମାରୋହରେ ପାଳିତ ହୋଇଯାଇଛି l ଏହା ତା. 19/11/25 ରିଖ ଠାରୁ ଆରମ୍ଭ ହୋଇ ତା. 22/11/25ରିଖ ଦିନ ଉଦଯାପିତ ହୋଇଥିଲା l


ଉଦଘାଟନି ଦିବସରେ ବିଧାୟକ ପଟାଙ୍ଗୀ ରାମଚନ୍ଦ୍ର କାଡାମ, ବିଧାୟକ କୋରାପୁଟ ରଘୁରାମ ମାଛ, ବିଧାୟକ ଲଷ୍ମୀପୁର ପବିତ୍ର ସାଉନ୍ତା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠି, ସୁନାବେଡା ପୌର ପରିଷଦର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ଛାତ୍ର, ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା l ମୋଟ ୧୬୬ଗୋଟି ବିଦ୍ୟାଳୟର ସମୁଦାୟ ୨୫୦୦ ଛାତ୍ର, ଛାତ୍ରୀ ଉକ୍ତ ଉତ୍ସବ ରେ ଯୋଗ ଦେଇଥିଲେ l ଉଦଯାପନୀ ଉତ୍ସବରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର, ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଓ ଜୋନାଲ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଏବଂ ଭଲିବଲ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ପରିଚାଳନା କରିଥିଲେ l

Leave A Reply

Your email address will not be published.