ଗୋବିନ୍ଦପଲ୍ଲୀ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ବିଧାୟକ, ଛାତ୍ରଛାତ୍ରୀଙ୍କ ଅବ୍ୟବସ୍ଥା ନେଇ କଲେ ତଦାରଖ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପଲ୍ଲୀ ଠାରେ ଥିବା ଅନୂସୁଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଗସ୍ତ କରି ଛାତ୍ରଛାତ୍ରୀମାନଙ୍କ ସୁବିଧା ଅସୁବିଧା ନେଇ ଆଲୋଚନା କରିଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଶନିବାର ସକାଳୁ ବିଧାୟକ ଶ୍ରୀ ଖିଲ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଆସି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷାଦାନ, ହଷ୍ଟେଲ ବ୍ୟବସ୍ଥା ଓ ଆନୁସାଙ୍ଗୀକ କାର୍ଯ୍ୟକଳାପ ବାବଦରେ ଆଲୋଚନା କରିଥିଲେ। ଆଦିବାସୀ ଅଧ୍ୟୁଷିତ ଇଲାକାର ପ୍ରତିଟି ପିଲାଙ୍କ ଠାରେ ସ୍ଵତନ୍ତ୍ର କ୍ଷମତା ରହିଥାଏ, ଶିକ୍ଷା ଗ୍ରହଣ, ସାମାଜିକ ଚଳଣି ଓ ସମ୍ପ୍ରତି ସ୍ଥିତିରେ ଖାପ ଖୁଆଇ ନିଜର କ୍ଷମତାକୁ ପ୍ରଦର୍ଶିତ କରି ରାଜ୍ୟ ଓ ଦେଶ ର ଗୌରବ ରଖିବାକୁ ବିଧାୟକ ଶ୍ରୀ ଖିଲ ଆହ୍ଵାନ ଦେଇଛନ୍ତି। ଏଥିସହ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ପାରିପାର୍ଶ୍ୱିକ ଆବଶ୍ୟକତା ନେଇ ବିଧାୟକ ଶ୍ରୀ ଖିଲ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ବିଧାୟକଙ୍କ ଏହି ଗ୍ରସ୍ତ ବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ସ୍ଵର୍ଣକାର ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.