ବାହାଡାଝୋଲା କୁ ନୂତନ ବ୍ଲକ ଘୋଷଣା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ୩ୟ ଥର କନ୍ଧମାଳ ସାଂସଦଙ୍କୁ ଭେଟିଲେ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୂଆଗାଁ ବ୍ଲକ ବାହାଡାଝୋଲା ଅଂଚଳର ଆଖପାଖ ଗ୍ରାମ ପଞ୍ଚାୟତକୁ ନେଇ ନୂତନ ବ୍ଲକ ଘୋଷଣା ଦାବିରେ ବ୍ଲକ କ୍ରିୟାନୁଷ୍ଠାନ କମିଟି ବାହାଡାଝୋଲାର ଏକ ପ୍ରତିନିଧି ଦଳ ତୃତୀୟ ଥର ପାଇଁ ଭୁବନେଶ୍ବର ସୁନ୍ଦରପଦା ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଭେଟି ଦୀର୍ଘଦିନର ପ୍ରତିକ୍ଷିତ ବାହାଡାଝୋଲାକୁ ଏକ ପୃଥକ ବ୍ଲକ ଭାବରେ ଘୋଷଣା କରିବା ପାଇଁ ପ୍ରତିନିଧି ଦଳ ଜନସାଧାରଣଙ୍କ ଦାବିର ପୁନରାବୃତ୍ତି କରି ଏକ ବିସ୍ତୃତ ସ୍ମାରକପତ୍ର ପ୍ରଦାନ କରିଥିଲେ ।ସାଂସଦଙ୍କ ସହିତ ଆଲୋଚନା ବେଳେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ନାରାୟଣ ବେହେରା( ସମ୍ପାଦକ), ପ୍ରଶାନ୍ତ କୁମାର ସାହୁ(ସମ୍ପାଦକ), ସୁଶାନ୍ତ କୁମାର ସାହୁ(ସମ୍ପାଦକ), ଭୀମସେନ ସେଠୀ, ପ୍ରହଲ୍ଲାଦ ସାହୁ, ମୀନକେତନ ସୁବୁଦ୍ଧି, ନିରଞ୍ଜନ ସାହୁ, ଡ.ବିଜୟ କୁମାର ସାହୁ ପ୍ରମୁଖ ଆଲୋଚନା କରିଥିଲେ ।ସାଂସଦ ତାଙ୍କର ପୂର୍ଣ୍ଣ ସହଯୋଗ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦାଖଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ad-week
Leave A Reply

Your email address will not be published.