
ରାଉଲକେଲା: ରାଉଲକେଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କୁଖ୍ୟାତ ଡ଼କାୟତ ଗ୍ୟାଙ୍କକୁ ଧରିବାକୁ ସକ୍ଷମ ହୋଇଛି ପୁଲିସ । ରାଉରକେଲା ଲାଠିକଟା ନିକଟରେ ଭୋର ୫.୩୦ ମିନିଟ୍ରେ ୩ଜଣ ଅପରାଧୀଙ୍କୁ ଏନକାଉଣ୍ଟର୍ କରିଥିଲା ପୁଲିସ। ସୁନ୍ଦରଗଡ଼ ଜିଲାର ବିଭିନ୍ନ ଡ଼କାୟତି ଘଟଣାରେ ସଂପୃକ୍ତ ଥିବା ଜଣ ଅପରାଧୀଙ୍କୁ ଗିରଫ କରିଛି ପୁଲିସ । ଏହି ଅପରାଧୀମାନଙ୍କୁ ଧରିବା ବେଳେ ପୁଲିସ ଟିମ୍ କୁ ଚକମା ଦେବା ସମୟରେ ୩ଜଣକୁ ଏନ୍ କାଉଣ୍ଟର୍ କରିବା ସହ ୫ ଜଣକୁ ଧରିବାରେ ସକ୍ଷମ ହୋଇଛି ରାଉରକେଲା ପୁଲିସ ।
ସୂଚନା ଅନୁସାରେ ଲାଠିକଟା ଅଞ୍ଚଳରେ ପୁଲିସ ଅପରାଧୀଙ୍କ ପିଛା କରୁଥିବା ଦେଖି ପୁଲିସ ଉପରକୁ ଡ଼କାୟତିମାନେ ଗୁଳିଚାଳନା କରିଥିଲେ । ଫଳରେ ପୁଲିସର ପାଲଟା ଆକ୍ରମଣରେ ଡ଼କାୟତି ମାନେ ଧରାପଡିଛନ୍ତି । ଏନକାଉଣ୍ଟରରେ ଆହତ ହୋଇଥିବା ତିନି ଜଣ ଅପରାଧୀ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଡ଼କାୟତି ମାନେ କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳରେ ଲୁଟ୍ ଘଟଣାରେ ସଂପୁକ୍ତି ଥିଲେ । ଘଟଣାସ୍ଥଳରେ ଡ଼କାୟତି ମାନଙ୍କ ପାଖରୁ ଘଟଣାରେ ବ୍ୟବହୃତ ୩ଟି ବନ୍ଧୁକ, ଗୁଳି, ସ୍କୋର୍ପିଓ ଗାଡ଼ି ଏବଂ ନଗଦ ଜବତ କରିଛି ପୁଲିସ ।