‘ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ’

youtube

ଭୁବନେଶ୍ବର :  ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ବାତ୍ୟା ମୁକାବିଲାର ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା ରହିଛି । ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି । ଏଥର ଦୁଇଟି ଲଘୁଚାପ ସୃଷ୍ଟି ହୋଇଛି ।  ଗୋଟିଏ ବଙ୍ଗୋପସାଗରରେ ଅନ୍ୟଟି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି । ଉଭୟ ଲଘୁଚାପ ମିଳିତ ହୋଇ ଆଗକୁ ବଢ଼ିବା ଆଶଙ୍କା ରହିଛି ।

ତାମିଲନାଡ଼ୁ, ଆନ୍ଧ୍ର ଓ ପରେ ଓଡ଼ିଶା ପ୍ରଭାବିତ ହେବ । ଏବେ ହଜାରେ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ତେବେ ଲଘୁଚାପଟି ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି । ବାତ୍ୟାରେ ପରିଣତ ହେବା ପରେ ଗତି କଣ ହେବ ଅନୁଧ୍ୟାନ ହେବ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

Leave A Reply

Your email address will not be published.