କାଠ ଫାଳିଆରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା

youtube

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଯୁଗାପଦର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜୈନକ ଯୁବକ କାଠ ଫାଳିଆରେ ପିଟି ପିଟି ବୃଦ୍ଧ ଜଣଙ୍କୁ ହତ୍ୟା କରିଥିବା ଜଣାପଡିଛି। ହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ମୃତକ ଜଣକ କଞ୍ଜାମେଣ୍ଡି ଗ୍ରାମର ଅଲେଖ ନାୟକ ହୋଇଥିବା ବେଳେ ହତ୍ୟାକାରୀ ଯୁଗାପଦର ଗ୍ରାମର ମିଥୁନ୍ ମଲ୍ଲିକ ବୋଲି ଜଣାପଡ଼ିଛି ।

ଖବରପାଇ ଘଟଣାସ୍ଥଳରେ କ.ନୁଆଗାଁ ପୋଲିସ୍ ପହଞ୍ଚି ହତ୍ୟାକାରୀ ମିଥୁନ ମଲ୍ଲିକକୁ ନିଜ ହେପାଜତକୁ ନେଇଥିବା ବେଳେ ଶବକୁ ଜବତ କରି ବ୍ୟବଛେଦ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଭଣଜାର ମୃତ୍ୟୁ ପରେ ଶନିବାର ଅଲେଖ ଯୁଗାପଦର ସ୍ଥିତ ଭଣଜା ଘରକୁ ଯାଇଥିଲା । ବିଳମ୍ବିତ ରାତିରେ ଅଲେଖ ପରିଶ୍ରା କରିବାପାଇଁ ବାହାରକୁ ଯାଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ମିଥୁନ ଅଲେଖଙ୍କୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ବିଷୟ ଅଲେଖଙ୍କ ସମ୍ପର୍କୀୟ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.