
ଯାଜପୁର : ୪ ଜଣଙ୍କ ଉପରେ ମାଡ଼ିଗଲା ବସ୍ । ଯାଜପୁର ସଦର ଥାନା କୁଜାଲା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ମାଡ଼ିଗଲା ବସ୍ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ଆଜି ସକାଳେ ଏକ ଘରୋଇ ବସ୍ ବରୀରୁ କଟକ ଯାଉଥିବା ସମୟରେ କୁଜାଲା ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ୪ ଜଣଙ୍କ ଉପରେ ମାଡି ଯାଇଥିଲା । ଆହତ ମାନେ ହେଲେ ସ୍ଥାନୀୟ ଅଞ୍ଚଳର ମନୁ ଜେନା,ବାଦଲ ଜେନା, ଚିଣ୍ଟୁ ଜେନା ଓ ରାକେଶ ଜେନା । ସେମାନଙ୍କ ମଧ୍ୟରୁ ମନୁ ଓ ଚିଣ୍ଟୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଦୁର୍ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ ।