କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା

youtube

ଭୁବନେଶ୍ବର: ବାତ୍ୟା ଭୟ ଭିତରେ କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା ।  ସମବାୟ ମନ୍ତ୍ରୀ କହିଛନ୍ତି, ଗତବର୍ଷ ତୁଳନାରେ ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ପାଇଁ ମଣ୍ଡି ଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ଧାନ କିଣା ଉପରେ ତୀକ୍ଷଣ ନଜର ରଖିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମଣ୍ଡି ଖୋଲିବା ପରେ ଯେଉଁଠି ଅସୁବିଧା ଦେଖାଯିବ, ତାକୁ ତୁରନ୍ତ ସେହି ସ୍ଥାନରେ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  କଟଣି ଛଟଣି ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି । ଚାଷୀ ଆଉ ମିଲରଙ୍କ ଭିତରେ ଯଦି ସଲା ସୁତୁରା ହୋଇ କଟଣି ଛଟଣି କରନ୍ତି, ତାହା ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱଧୀନ ନୁହେଁ ।

Leave A Reply

Your email address will not be published.