ଆଇନ ସେବା ପ୍ରାଧିକରଣ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

add-all

ବ୍ରହ୍ମପୁର : ଓଡିଶା ଉଚ୍ଚ ନ୍ୟାୟାଳୟ,କଟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଆଇନ ସେବା ପ୍ରାଧିକରଣ,କଟକଙ୍କ ତତ୍ୱାବଧାନରେ ଆଜି ରାଜ୍ୟର ପ୍ରତ୍ୟେକ ‘ଜିଲ୍ଲା ଆଇନ ସେବା ପ୍ରାଧିକରଣ’ ତଥା ‘ତାଳୁକ ଆଇନ ସେବା କମିଟି’ ପକ୍ଷରୁ “ଚିତ୍ରାଙ୍କନ ପ୍ରତିଯୋଗିତା” ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ରବିବାର ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ବ୍ରହ୍ମପୁର ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଏବଂ ଜିଲ୍ଲାର ପ୍ରତ୍ୟେକ ତାଲୁକ ଆଇନ ସେବା କମିଟି ପକ୍ଷରୁ “ଚିତ୍ରାଙ୍କନ ପ୍ରତିଯୋଗିତା” ଅନୁଷ୍ଠିତ ହୋଇଯାଇଛି l

ଏଥିରେ ବ୍ରହ୍ମପୁର ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ୧୧୫ ଜଣ ପ୍ରତିଯୋଗୀ, ବିଭିନ୍ନ ସ୍କୁଲ ମାନଙ୍କରୁ ମନୋନୀତ ହୋଈ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯୋଗଦାନ କରିବା ସହ, ପ୍ରଥମେ ବିଧିବଦ୍ଧ ଭାବରେ ପଞ୍ଜିକରଣ କରାଯାଇଥିଲା, ପରେ କୋର୍ଟର ୮ଟି କକ୍ଷ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ କକ୍ଷ ରେ ଭିନ୍ନ ଭିନ୍ନ ବିଚାରପତିଙ୍କ ଦାୟିତ୍ୱରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ବିଦ୍ୟାଳୟରୁ ଦାୟିତ୍ୱରେ ଥିବା ଶିକ୍ଷକ,ଶିକ୍ଷୟିତ୍ରୀ ତଥା ଅବିଭାବକ ମାନେ ଶିକ୍ଷାର୍ଥୀଙ୍କ ସହ ଆସିଥିବାବେଳେ କୋର୍ଟ ରେଜିଷ୍ଟର, କୋର୍ଟ ମ୍ୟାନେଜର ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଯେଉଁଥିରେ କୋର୍ଟର କର୍ମଚାରୀ, ପାରାଲିଗାଲ ସ୍ବେଛାସେବୀ ପ୍ରମୁଖ ସହଯୋଗ କରିଥିବା ସୂଚନା ରହିଛି l ଗଞ୍ଜାମ ଜିଲ୍ଲାରେ ମୋଟ ୬୨୭ ଜଣ ପ୍ରୋତିଯୋଗି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ ଥିଲେ l

ad-week
Leave A Reply

Your email address will not be published.