ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଆନୁକୂଲ୍ୟରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଚିକିଟୀ : ଏହି ଆଞ୍ଚଳିକ ପରିଷଦ ସ୍ଥିତ ସମାଜ କୋଠଘର ଠାରେ ରବିବାର ଦିନ ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଆନୁକୂଲ୍ୟରେ ଚିକିଟୀ ଆଞ୍ଚଳିକ ଓ ବଡ଼ଖେମୁଣ୍ଡି ଆଞ୍ଚଳିକ ପରିଷଦରେ ଥିବା ଦଶ ଗୋଟି ଗ୍ରାମ୍ୟ ପରିଷଦର ସ୍ଵ ଜାତିର ପ୍ରାୟ ୧୫୦ ଜଣ ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ଓ ଅସହାୟ ମା ବାପା ଓ ଭାଇ ଭଉଣୀ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଗଲା।

ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡାସି ସାହୁ, ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ, ଉପଦେଷ୍ଟା ଶ୍ରୀ ଯୋଗୀ ସାହୁ, ଉପ ସଭାପତି ଶ୍ରୀ ଅଭିମନ୍ୟୁ ସାହୁ, ସମ୍ପାଦକ ଶ୍ରୀ ଲକ୍ଷ୍ମଣ କୁମାର ସାହୁ, ଗଣ ମାଧ୍ୟମ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ସାହୁ,ନିରଞ୍ଜନ ସାହୁ, ବିନୋଦ ସାହୁ, କ୍ରିଷ୍ଣା ସାହୁ ଓ ଆଞ୍ଚଳିକ ପରିଷଦ ଏବଂ ଗ୍ରାମ୍ୟ ପରିଷଦର ପ୍ରାୟ ସମସ୍ତ ସଭାପତି ଓ ସମ୍ପାଦକ ମାନେ ଯୋଗଦେଇ ଶୀତ ବସ୍ତ୍ର ବଣ୍ଟନ କରି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ। ସମାଜ ସେବୀ ଧର୍ମା ସାହୁ (ଚିକିଟୀ) ଏବଂ ସତ୍ୟବାଦୀ ଜେନେରାଲ ଷ୍ଟୋର (ମୋହନା) ଉଭୟଙ୍କ ସହ ଭାଗିତା ରେ ଏହି ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା।

ad-week
Leave A Reply

Your email address will not be published.